ଟୁଇଟର ଉପରେ ପ୍ରତିବନ୍ଧକ ଲଗାଇବା ଦାବି ମଧ୍ୟରେ ସ୍ବଦେଶୀ ଆପ ‘କୁ’କୁ ଡାଉନଲୋଡ କଲେ ୩ ମିଲିୟନ୍ ଲୋକ

ନୂଆଦିଲ୍ଲୀ: ବିଭ୍ରାନ୍ତିକର ସୂଚନା ପୋଷ୍ଟ୍‍ କରାଯାଉଥିବା ଘଟଣା ଯୋଗୁଁ ଭାରତ ସରକାର ଓ ଟୁଇଟର୍‌ ମଧ୍ୟରେ ବିବାଦ ଚାଲିଥିବା ବେଳେ ଟୁଇଟରରେ ‘#ବ୍ୟାନଟୁଇଟର’ ଟ୍ରେଣ୍ଡ କରିବାରେ ଲାଗିଛି। ନୂତନ କୃଷି ଆଇନ ଏବଂ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ବିଭ୍ରାନ୍ତିକର ସୂଚନା ପୋଷ୍ଟ୍‍ କରାଯାଉଥିବା ଅଭିଯୋଗ କରି ୧,୧୦୦ରୁ ଅଧିକ ଆକାଉଣ୍ଟ୍‌ ହଟାଇ ଦେବା ଲାଗି ସରକାର ଟୁଇଟର୍‌କୁ ଆଦେଶ ଦେଇଥିଲେ।

ଜବାବରେ ଟୁଇଟର କହିଥିଲା ‌ଯେ ବାକ୍‌ ସୁରକ୍ଷା ଏବଂ ମତ ପରିପ୍ରକାଶକୁ ସୁରକ୍ଷା ଦେବାଲାଗି ଉଦ୍ଦିଷ୍ଟ ଆମ ନୀତି ପ୍ରତି ଦୃଷ୍ଟି ଦେଇ କେତେକ ଗଣମାଧ୍ୟମ ପ୍ରତିଷ୍ଠାନ, ସାମ୍ବାଦିକ, ସାମାଜିକର୍ମୀ ଏବଂ ରାଜନେତାମାନଙ୍କ ଆକାଉଣ୍ଟ୍‌ଗୁଡ଼ିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ। ଟୁଇଟର ଏଭଳି ଜବାବକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ସ୍ବଦେଶୀ ଆପ ‘କୁ’ର ଚାହିଦା ବଢ଼ୁଥିବାର ଦେଖାଯାଇଛି। ଏ ପର୍ଯ୍ୟନ୍ତ ‘କୁ’ ଆପକୁ ୩ମିଲିୟନରୁ ଅଧିକ ଲୋକ ‌ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିି ସାରିଥିବା ଜଣାପଡ଼ିଛି। ‘କୁ’ ଆପକୁ ମାତ୍ର ୧୦ମାସ ହୋଇଥିବା ବେଳେ ଏବେ ଲୋକଙ୍କ ମଧ୍ୟରେ ଏହାର ଚାହିଦା ବଢ଼ୁଥିବା କହିଛନ୍ତି ପ୍ରତିଷ୍ଠାତା ବିଦୱାତକା।

ସମ୍ବନ୍ଧିତ ଖବର