କୁମ୍ଭମେଳା: ଦ୍ବିତୀୟ ଶାହି ସ୍ନାନ:ମୌନୀ ଅମାବାସ୍ୟାରେ ୩ କୋଟି ଲୋକଙ୍କ ସମାଗମ

ପ୍ରୟାଗରାଜ : ଆଜି ମୌନୀ ଅମାବାସ୍ୟା। କୁମ୍ଭ ସମୟର ସମସ୍ତ ପବିତ୍ର ବୁଡ଼ ମଧ୍ୟରେ ମୌନୀ ଅମାବାସ୍ୟାର ବୁଡ଼ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ନିର୍ଦ୍ଦିଷ୍ଟ ଭାବେ ଯଦି ସୋମବାର ମୌନୀ ଅମାବାସ୍ୟା ପଡ଼ୁଥାଏ ତା’ହେଲେ ଏହାକୁ ଅତି ପବିତ୍ର ବିବେଚନା କରାଯାଏ। ମୌନୀ ଅମାବାସ୍ୟାରେ ଆଜି କୁମ୍ଭରେ ଦ୍ବିତୀୟ ଶାହି ସ୍ନାନ ସଂପନ୍ନ ହୋଇଛି। ଏହି ଅବସରରେ ପ୍ରୟାଗରାଜରେ ୩ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଛି। ଏନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ସମସ୍ତ ଅଞ୍ଚଳକୁ ୧୦ଟି ଜୋନ୍‌ ଏବଂ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। କୌଣସି ଜରୁରି ସ୍ଥିତିର ମୁକାବିଲା ପାଇଁ କୁମ୍ଭ ନଗରୀରେ ୪୦ରୁ ଊର୍ଦ୍ଧ୍ବ ପୁଲିସ ଷ୍ଟେସନ୍‌ ଏବଂ ଫାୟାର ଷ୍ଟେସନ୍‌ ପ୍ରତିଷ୍ଠା ହୋଇଛି। କୁମ୍ଭରେ ସମୁଦାୟ ୩ଟି ଶାହି ସ୍ନାନ କରାଯାଏ। ପ୍ରଥମଟି ମେଳା ଆରମ୍ଭ ସମୟରେ ତଥା ମକର ସଂକ୍ରାନ୍ତିରେ। ଦ୍ବିତୀୟ ଶାହି ସ୍ନାନ ହୁଏ ମୌନୀ ଅମାବାସ୍ୟାରେ ଏବଂ ତୃତୀୟ ଶାହି ସ୍ନାନ ସମ୍ପର୍ଣ୍ଣ ହୁଏ ବସନ୍ତ ପଞ୍ଚମୀରେ । ଆସନ୍ତା ମାର୍ଚ୍ଚ ୪ ତାରିଖରେ ମହାଶିବରାତ୍ରିରେ କୁମ୍ଭମେଳା ଶେଷ ହେବ।

ସମ୍ବନ୍ଧିତ ଖବର