ଉତ୍ତରାଖଣ୍ଡରେ ପ୍ରବଳ ହିମପାତ, ଭୂସ୍ଖଳନ ଯୋଗୁଁ ମାଟିରେ ମିଶିଲା ସ୍କୁଲଘର

ଡେରାଡୁନ : ଉତ୍ତରାଖଣ୍ଡ, ରାଜଧାନୀ ଦିଲ୍ଲୀ ସମେତ ଆଜି ଉତ୍ତରଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଉତ୍ତରାଖଣ୍ଡରେ ହିମପାତ ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହି ବର୍ଷା ଓ ହିମପାତ ଫଳରେ ସମଗ୍ର ଉତ୍ତରଭାରତରେ ତାପମାତ୍ରା ହ୍ରାସ ପାଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଗୋପେଶ୍ୱରଠାରେ ଥିବା ଏକ ସରସ୍ୱତୀ ଶିଶୁମନ୍ଦିର ସମ୍ପୂର୍ଣ୍ଣ ଭୂଷୁଡ଼ି ପଡିଛି । ଆହୁରି ହିମପାତ ଓ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଆଜି ସମଗ୍ରର ରାଜ୍ୟରେ ସ୍କୁଲ କଲେଜରେ ଛୁଟି ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ସାଧାରଣ ଜୀନନଯାତ୍ରା ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଟ୍ରାଫିକ ଜାମ ହେବା ଫଳରେ ଦିଲ୍ଲୀ ପୁଲିସ ପକ୍ଷରୁ କେତେକ ସତର୍କତା ଜାରି କରାଯାଇଛି । ତେବେ ଏହି ବର୍ଷା ଫଳରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମିଛି ।

ସମ୍ବନ୍ଧିତ ଖବର