ଆଇନ କମିସନ ଅଧ୍ୟକ୍ଷ ସ୍ପଷ୍ଟକଲେ:ସମାନ ଆଚାର ସଂହିତା ସମ୍ଭବ ନୁହେଁ
-ସମ୍ବିଧାନ ବିରୋଧୀ, ବିକଳ୍ପ ମଧ୍ୟ ହୋଇପାରିବ ନାହିଁ
ନୂଆଦିଲ୍ଲୀ,: ଭାରତରେ ସମାନ ଆଚାର ସଂହିତା (ୟୁନିଫର୍ମ ସିଭିଲ୍ କୋଡ)କୁ ନେଇ ବିତର୍କ ଜାରି ରହିଥିବା ବେଳେ ଦେଶରେ ଏହା କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ଏବଂ ଏହା ଏକ ବିକଳ୍ପ ମଧ୍ୟ ହୋଇପାରିବ ନାହିଁ ବୋଲି ଆଇନ କମିସନ ଅଧ୍ୟକ୍ଷ କହିଛନ୍ତି। ବ୍ୟକ୍ତିଗତ ଆଇନକୁ ସମ୍ବିଧାନର ସୁରକ୍ଷା ରହିଛି ଏବଂ ଏହି ବ୍ୟବସ୍ଥାକୁ ବଦଳାଇବା ଅସମ୍ଭବ ବ୍ୟାପାର ବୋଲି ଲ’ କମିସନ ଅଧ୍ୟକ୍ଷ ବିଚାରପତି ବଲବୀର ସିଂହ ଚୌହାନ କହିଛନ୍ତି। ପାରିବାରିକ ଆଇନରେ ଧର୍ମ ଭିତ୍ତିରେ ସଂଶୋଧନ ପାଇଁ କେବଳ ପ୍ରସ୍ତାବ ଦିଆଯାଇପାରିବ, କିନ୍ତୁ ଭାରତରେ ୟୁନିଫର୍ମ ସିଭିଲ କୋଡ ଲାଗୁ ସମ୍ଭବ ନୁହେଁ ବୋଲି ଚୌହାନ ସ୍ପଷ୍ଟ କରିଛନ୍ତି। ସମ୍ବିଧାନ ବାହାରକୁ ଯାଇ ଏହାକୁ ପରିବର୍ତ୍ତନ କରିହେବ ନାହିଁ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମାନ ଆଚାର ସଂହିତା ସମ୍ବିଧାନର ମୂଳ ଲକ୍ଷ୍ୟର ବିରୋଧାଚରଣ ହେବ ଏବଂ ଏହା ସମ୍ବିଧାନ ଉଲ୍ଲଂଘନ ସହିତ ସମାନ ବୋଲି ଜଷ୍ଟିସ୍ ଚୌହାନ କହିଛନ୍ତି। ବ୍ୟକ୍ତିଗତ ଆଇନରେ କେତେକ ସଂଶୋଧନ ପାଇଁ ଆଇନ କମିସନ ପରମର୍ଶ ଦେଇଛନ୍ତି, କିନ୍ତୁ ସମାନ ଆଚାର ସଂହିତା ପ୍ରସଙ୍ଗକୁ ଏହି ପ୍ରକ୍ରିୟାରୁ ସଂପୂର୍ଣ୍ଣ ବାଦ ଦିଆଯାଇଛି ବୋଲି ସେ କହିଛନ୍ତି। ସମାନ ଆଚାର ସଂହିତା ଲାଗୁ ସପକ୍ଷରେ ଯାହା କୁହାଯାଉଛି ତାହା କୌଣସି ସମାଧାନର ରାସ୍ତା ନୁହେଁ ଏବଂ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ। ରାଷ୍ଟ୍ରର ନାଗରିକଙ୍କ ଅଧିକାର ଓ ବିଶ୍ୱାସକୁ ସମ୍ମାନ ଦେଇ କମିସନ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି ବୋଲି ଜଷ୍ଟିସ୍ ଚୌହାନ କହିଛନ୍ତି।
ସମାନ ଆଚାର ସଂହିତାର ଆବଶ୍ୟକତା ଏବଂ ଏହାର ବିଭିନ୍ନ ଦିଗ ସଂପର୍କରେ କମିସନ ସାଧାରଣ ଜନତାଙ୍କ ରାୟ ମାଗିଥିଲେ। ଏ ବାବଦରେ ୫୦ ହଜାର ଲୋକଙ୍କ ମତାମତ କମିସନଙ୍କୁ ମିଳିଥିଲା। କେବଳ ତିନି ତଲାକ ସଂପର୍କିତ ମତ ଏଥିରେ ଅଧିକ ଥିବା ବେଳେ ସମାନ ଆଚାର ସଂହିତା ବିରୋଧରେ ଦୃଢ଼ ଯୁକ୍ତି ଥିଲା। ୨୦୧୮ରେ ସମାନ ଆଚାର ସଂହିତା ଉପଲବ୍ଧ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଚୌହାନ ଖଣ୍ଡନ କରିଛନ୍ତି। ଏଭଳି କୌଣସି ସମୟସୀମା କାହାକୁ ଦିଆଯାଇନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଜୁନ୍