ଆଖିବୁଜିଲେ କିଂବଦନ୍ତି ଧାବକ ମିଲ୍‌ଖା ସିଂହ

ଚଣ୍ଡିଗଡ଼ : ଫ୍ଲାଇଂ ଶିଖ୍ ଭାବେ ପରିଚିତ କିଂବଦନ୍ତି ଧାବକ ମିଲଖା ସିଂହ(୯୧) ଆଉ ନାହାନ୍ତି। ପ୍ରାୟ ଏକ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ମିଲଖା ଆଜି ରାତି ୧୧ଟା ୨୪ ମିନିଟ୍‌ରେ ଚଣ୍ଡିଗଡ଼ର ପିଜିଆଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପାଞ୍ଚ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ହରାଇଥିବା ମିଲଖାଙ୍କ ବିୟୋଗ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିବାବେଳେ ସାରାଦେଶରେ ଶୋକର ଛାୟା ଖେଳିଯାଇଛି।

ଗତମାସରେ ମିଲଖା କରୋନା ସଂକ୍ରମିତ ହୋଇଥିଲେ। ସ୍ଥାନୀୟ ପିଜିଆଇଏମ୍‌ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ମହାନ କ୍ରୀଡ଼ା ତାରକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହେବାରୁ ବୁଧବାର ତାଙ୍କୁ ଆଇସିୟୁରୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଠିକ୍‌ଠାକ୍‌ ଥିଲା। ହେଲେ ଶୁକ୍ରବାର ପୁନର୍ବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କ ଦେହରେ ଜ୍ବର ବଢ଼ି ଯାଇଥିଲା ବେଳେ ଅକ୍ସିଜେନ୍‌ ସ୍ତର ମଧ୍ୟ ଦ୍ରୁତଗତିରେ ନିମ୍ନଗାମୀ ହେବାରେ ଲାଗିଥିଲା। ଫଳରେ ଶୁକ୍ରବାର ତାଙ୍କୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ଝିଅ ଡାକ୍ତର ମୋନା ମିଲ୍‌ଖା ସିଂହ ଓ ପୁଅ ଜିଭ୍ ମିଲଖା ସିଂହ ଉପସ୍ଥିତ ଥିଲେ।

thodkyaatghadamodi.in

ଉଲ୍ଲେଖଯୋଗ୍ୟ ଯେ ମିଲଖାଙ୍କ ପତ୍ନୀ ତଥା ଭାରତୀୟ ମହିଳା ଭଲିବଲ୍ ଦଳର ପୂର୍ବତନ ଅଧିନାୟିକା ନିର୍ମଳ କୌର ମଧ୍ୟ କରୋନା ସଂକ୍ରମିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୮୫ ବର୍ଷ ବୟସରେ ଗତ ୧୩ ତାରିଖ ଦିନ ତାଙ୍କର ପରଲୋକ ହୋଇଯାଇଥିଲା।

କିଂବଦନ୍ତି ଆଥ୍‌ଲେଟ୍‌ ମିଲ୍‌ଖା ସିଂହ ଦେଶ ବିଭାଜନ ପୂର୍ବରୁ ୧୯୨୮ ମସିହା ନଭେମ୍ବର ୩୦ରେ ବର୍ତ୍ତମାନର ପାକିସ୍ତାନରେ ଥିବା ଗୋବିନ୍ଦପୁରାରେ ଜନ୍ମ ନେଇଥିଲେ। ସେ ଥିଲେ ୪ ଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା। ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସେ ଡିସ୍‌କାସ୍ ‌େଥ୍ରାରେ ସ୍ବର୍ଣ୍ଣ ପଦକ ଜିତିବା ସହ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ, ତାହା ୫୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିଲା। ଏହା ବ୍ୟତୀତ ୪୦୦ ମିଟର ଫାଇନାଲରେ ‌େସ ଦକ୍ଷିଣ ଆଫ୍ରିକାର ମାଲକମ୍ ସ୍ପେନ୍ସଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ସ୍ବର୍ଣ୍ଣିମ ସଫଳତା ତାଙ୍କୁ ଦେଶର ଘରେ ଘରେ ପରିଚିତ କରିଥିଲା। ଏହାସତ୍ତ୍ବେ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ୪୦୦ ମିଟର ଫାଇନାଲ୍‌ରେ ଚତୁର୍ଥ ସ୍ଥାନ ବ୍ୟକ୍ତିଗତ ଭାବେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେ ମଧ୍ୟ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।

ସମ୍ବନ୍ଧିତ ଖବର