ଜୁନାଗଡ଼ କଲେଜରେ ପଶିଲା କଲରାପତ୍ରିଆ ବାଘ; ଆକ୍ରମଣରେ ଗାର୍ଡ ଆହତ

ରାଜକୋଟ: ମଙ୍ଗଳବାର ସକାଳେ ଜୁନାଗଡ଼ ଏଗ୍ରିକଲ୍‌ଚ୍ୟୁରାଲ୍‌ ୟୁନିଭର୍ସିଟି ପରିଧିରେ ଗୋଟଏ ପୂର୍ଣ୍ଣବୟସ୍କ କଲାରାପତ୍ରିଆ ବାଘକୁ ଦେଇ ଜଣେ ପିଅନ ଭୟଭୀତ ହୋଇଯାଇଥିଲେ। ବାଘଟି ଏଗ୍ରିକଲ୍‌ଚର୍‌ ଇଞ୍ଜିନିୟରିଙ୍ଗ୍‌ ଆଣ୍ଡ୍‌ ଟେକ୍‌ନୋଲଜି କଲେଜର ବାରନ୍ଦାରେ ବୁଲୁଥିଲା।

କଲରାପତ୍ରିଆ ବାଘଟି ନିକଟବର୍ତ୍ତୀ ଅରଣ୍ୟାଞ୍ଚଳରୁ ଚୁପ୍‌କରି କଲେଜ କୋଠାକୁ ପଶିଆସି ଜଣେ ସିକ୍ୟୁରିଟି ମଧ୍ୟ ଆକ୍ରମଣ କରିଥିଲା। ଦିନ ଦଶଟା ବେଳେ କଲେଜ ପରୀକ୍ଷା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ଘଟଣାଟି ଘଟିଥିଲା।

ମୁଖ୍ୟଫାଟକ ଖୋଲିବାକୁ ଯିବାବେଳେ ପିଅନ କଲରାପ୍ରତିଆଟିକୁ ଦେଖିଥିଲେ। ପିଅନ ସିକ୍ୟୁରିଟି ଗାର୍ଡଙ୍କୁ ଖବର ଦେବାରୁ ସେମାନଙ୍କ ମଧ୍ୟରୁ ଜଣେ ବାଘଟିକୁ ଖୋଜିବାକୁ ଗଲେ। ଅନ୍ଧାରିଆ ହୋଇଥିବା ପାହଚ ଶ୍ରେଣୀ ତଳେ କଲରାପତ୍ରିଆଟି ଲୁଚିଥିଲା। ହଠାତ୍‌ ବାହାରି ପଡ଼ି ତାକୁ ଖୋଜିବାକୁ ଆସିଥିବା ଫିରୋଜ୍‌ କ୍ୟୁରେସିଙ୍କୁ ଆକ୍ରମଣ କରିଥିଲା।

୩୫ ବର୍ଷିୟ ଫିରୋଜଙ୍କ ମୁଣ୍ଡ ଓ ହାତକୁ କଲରାପତ୍ରିଆ ଖଣ୍ଡିଆଖାବରା କରି ପକାଇଛି।

ଆହତ ପ୍ରହରୀ ଜୁନାଗଡ଼ ସିଭିଲ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର