ଭାରତୀୟଙ୍କୁ ଆକର୍ଷିତ କରିବା ପାଇଁ ବିୟରର ନାଁ ‘ଗଣେଶ’ ରଖିଲା ମଦ କମ୍ପାନି, କାରଣ ପଚାରିବା ପରେ ମିଳିଲା ଆଶ୍ଚର୍ଯ୍ୟ କଳା ଭଳି ଉତ୍ତର

ନୂଆଦିଲ୍ଲୀ : କେବେ ଆପଣ କୌଣସି ନିଶା ଦ୍ରବ୍ୟର ନାମ ଭଗବାନଙ୍କ ନାମରେ ରଖାଯାଇଥିବା ଶୁଣିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଏପରି ଘଟିଥିବା ଜଣାପଡ଼ିଛି । ଏକ ମଦ କମ୍ପାନି ଭୁଲବଶତଃ ଭାରତୀୟଙ୍କ ପାଇଁ ତିଆରି କରିଥିବା ବିୟରର ନାଁ ଗଣେଶ ରଖିଥିବା ସୂଚନା ମିଳିଛି । ଗଣେଶ ହିନ୍ଦୁମାନେ ପୂଜା କରୁଥିବା ଜଣେ ଭଗବାନଙ୍କ ନାମ ବୋଲି ଜାଣିବା ପରେ କ୍ଷମା ପ୍ରର୍ଥନା କରିବା ସହ କମ୍ପାନି ଶୁକ୍ରବାର ଗଣେଶ ନାମକୁ ପରିବର୍ତ୍ତନ କରିବ ବୋଲି କହିଛି । ଭାରତୀୟମାନଙ୍କୁ ଆକର୍ଷିତ କରିବା ପାଇଁ ଲେମ୍ବୁ,ଧନିଆ ଏବଂ ଅଙ୍ଗୁର ମିଶାଇ ଏହି ସ୍ୱତନ୍ତ୍ର ପ୍ରକାରର ବିୟର ତିଆରି କରାଯିବା ସହ ଭାରତୀୟଙ୍କ ଭଳି ନାମ ରଖାଯାଇଥିବା ବୋଲି କମ୍ପାନି ଜଣାଇଛି । କିନ୍ତୁ ଏହା ଭଗବାନଙ୍କ ନାମ ବୋଲି ଜାଣି କମ୍ପାନି ନାଁ ପରିବର୍ତ୍ତନ କରିବ ବୋଲି କହିଥିବା ଜଣାପଡ଼ିଛି ।

Dineout

ସୂଚନା ମୁତାବକ, ଆମେରିକାର ୟୁନିଭର୍ସିଟି ସୋସାଇଟି ଅଫ୍‌ ହିନ୍ଦୁଇଜମ୍‌ର ଅଧ୍ୟକ୍ଷ ରାଜନ ଜେଦ୍‌ ପ୍ରଥମେ ଗଣେଶ ନାମକୁ ନେଇ ଆପତ୍ତି କରିଥିଲେ । ଏହା ପରେ କମ୍ପାନିର ମୁଖ୍ୟ, ଆମେ ଗଣେଶ ଏକ ଶବ୍ଦ ବୋଲି ଭାବି ଏପରି କରିଥିଲୁ । କିନ୍ତୁ ପରେ ସତ ଜାଣିବା ପରେ ଆମେ ଏହି ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତିି ନେଇଛୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର