ଆଫଗାନିସ୍ତାନର ୨୫୦ ମହିଳା ବିଚାରପତିଙ୍କ ଜୀବନ ବିପଦରେ

ଦଣ୍ଡାଦେଶ ହୋଇଥିବା ସମସ୍ତ କଏଦୀ ଏବେ ମୁକ୍ତ

କାବୁଲ : ଆଫଗାନିସ୍ତାନର ୨୫୦ ମହିଳା ବିଚାରପତିଙ୍କ ଜୀବନ ପ୍ରତି ବିପଦ ଅଛି। ସେମାନେ ଖୁବ୍‌ ଭୟରେ ଅଛନ୍ତି। ଦିନେ ଯେଉଁମା‌ନଙ୍କୁ ସେମାନେ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ ଏବେ ସେମାନେ ଜେଲ୍‌ରୁ ମୁକ୍ତ ହୋଇ ସାରିଛନ୍ତି। ତାଲିବାନ କ୍ଷମତାକୁ ଆସିବାପରେ ହଜାର ହଜାର କଏଦୀଙ୍କୁ ମୁକ୍ତ କରିଦେଇଛି। ଏବେ ଏହି କଏଦୀମାନେ ମହିଳା ବିଚାରପତିଙ୍କ ପାଇଁ ବିପଦ ହୋଇଛନ୍ତି। କିଛି ମହିଳା ବିଚାରପତି ଗତ ୨ ସପ୍ତାହ ମଧ୍ୟରେ ଦେଶ ଛାଡ଼ିଦେଇଥିବା ବେଳେ ଅନ୍ୟ ବିଚାରପତିମାନେ ଦେଶ ଛାଡ଼ିବାପାଇଁ ଅପେକ୍ଷା କରି ରହିଛନ୍ତି।

ତାଲିବାନମାନେ କହିଛନ୍ତି ମହିଳାଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ। କିନ୍ତୁ ବିଚାର ବିଭାଗରେ କାମ କରୁଥିବା ମହିଳାମାନେ ଏବେ ହାଇ ପ୍ରୋଫାଇଲ୍‌ ଟାର୍ଗେଟ୍‌ରେ ଅଛନ୍ତି। ଗତ ଜାନୁଆରିରେ ସୁପ୍ରିମ୍‌କୋର୍ଟର ୨ ମହିଳା ବିଚାରପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିକଟରେ ୟୁରୋପ ପଳାଇଥିବା ଜଣେ ଆଫଗାନ ମହିଳା ବିଚାରପତି ଆଫଗାନିସ୍ତାନରେ ସବୁ ମହିଳା ବିଚାରପତିଙ୍କ ଜୀବନ ପ୍ରତି ଘୋର ବିପଦ ଥିବା କହିଛନ୍ତି। ସେ ରଏଟର୍ସକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ କାବୁଲରେ ତାଙ୍କ ଘରକୁ ୪-୫ ଜଣ ତାଲିବାନ ଆତଙ୍କବାଦୀ ଆସି ତାଙ୍କୁ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର