ଭଣଜା ପ୍ରେମରେ ମାଇଁ ଅନ୍ଧ: ଲକଡାଉନରେ ହୋଇଗଲା ପ୍ରେମ, ମାଇଁ ମଥାରେ ସିନ୍ଦୂର ଦେଲା ଭଣଜା

ପାଟନା: କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ | ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଭଣଜା ଜଣକ ତାଙ୍କ ମାଇଁଙ୍କ ମଥାରେ ସିନ୍ଦୂର ଦେଉଛନ୍ତି | ଏହା ପରେ ମାଇଁ ଭଣଜାଙ୍କ ପାଦ ଛୁଇଁ ଆଶୀର୍ବାଦ ଲୋଡିଛନ୍ତି।

photo-zee news

ସୂଚନା ଥାଉ କି ଯେ ଜାମୁଇ ଜିଲ୍ଲାର ରତନପୁରର ବାସିନ୍ଦା ୨୨ ବର୍ଷୀୟ ଚନ୍ଦନ କୁମାର ମୁମ୍ବାଇରେ ଅଟୋ ଚଳାନ୍ତି ଏବଂ ତାଙ୍କ ମାମୁଁ ମଧ୍ୟ ସେଠାରେ ରହୁଥିଲେ। ମୁମ୍ବାଇରେ ଲକଡାଉନ ହେବା ପରେ ଉଭୟ ମାମୁଁ-ଭଣଜା ନିଜ ଘରକୁ ଫେରିଥିଲେ | ଆଉ କିଛି ଦିନ ପୂର୍ବେ ଭଣଜା ନିଜ ଘରୁ ଆସି ମାମୁଁ ଘରେ ରହିବାକୁ ଲାଗିଲେ। ତେବେ ଏଥିରେ ଉଭୟ ଭଣଜା ଓ ମାଇଁ ପରସ୍ପରର ପ୍ରେମରେ ପଡ଼ିଥିଲେ |

ଆଉ ୧୦ ଦିନ ତଳେ ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବାକୁ ପଡିଲା | ଆଉ ମୁମ୍ବାଇରୁ ଫେରିବା ପରେ ଉଭୟ ଭଣଜା ଓ ମାଇଁ ଫେରାର ହୋଇଯାଇଥିଲେ | ଉଭୟ ମୁମ୍ବାଇ ଯାଇ ସେଠାରେ ବିବାହ କରିଥିବାବେଳେ ନିଜର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ଏବେ ମାମୁଁ ଉଭୟଙ୍କ ନାମରେ ପୁଲିସରେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର