ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର କଡ଼ା ନିର୍ଦ୍ଦେଶ: ଭାଲେଣ୍ଟାଇନ୍‌ ଡେ’ରେ କଲେଜ୍‌କୁ ଆସନି

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଆଜି ଏହାର ଛାତ୍ରଛାତ୍ରୀମାନଙ୍କ ଲାଗି ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛି। ଆସନ୍ତାକାଲି ଭାଲେଣ୍ଟାଇନ୍‌ ଦିବସ ଥିବା ହେତୁ କୌଣସି ଛାତ୍ରଛାତ୍ରୀ କଲେଜ୍‌ ଆସିପାରିବେନନି ଏବଂ ଯଦି କୌଣସି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ଏହି ନିର୍ଦ୍ଦେଶକୁ ପାଳନ ନକରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ ଚେତାଇ ଦିଆଯାଇଛି। କିଛି ଯୁବଗୋଷ୍ଠୀ ପାଶ୍ଚାତ୍ୟ ସଂସ୍କୃତିରେ ଅନୁପ୍ରାଣିତ ହୋଇ ଶିକ୍ଷାନୁଷ୍ଠାନରେ ଭାଲେଣ୍ଟାଇନ୍‌ ଉତ୍ସବ ମନାଉଛନ୍ତି। ତେବେ ଆସନ୍ତାକାଲି ମହାଶିବରାତ୍ରୀ ହେତୁ ବିଶ୍ୱବିଦ୍ୟାଳୟ ଛୁଟି ଥିବାହେତୁ କୌଣସି ଛାତ୍ରଛାତ୍ରୀ କଲେଜ୍‌ ଆସିପାରିବେନି ବୋଲି କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏହିିଦିନ କଲେଜ୍‌ରେ କୌଣସି ଅତିରିକ୍ତ କ୍ଲାସ୍‌ ହେବନି କି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବନି ବୋଲି ବିଶ୍ୱବିଦ୍ୟାଳୟର ପ୍ରୋକ୍ଟର ବିନୋଦ ସିଂହ କହିଛନ୍ତି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ଏହି ନିଷ୍ପତ୍ତିକୁ ସବୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର