ଘର ଛାଡ଼ି ବିଦେଶ ଯାଉଥିବାରୁ ବିମାନବନ୍ଦରକୁ ଫୋନ କରି ପତ୍ନୀକୁ ଆତଙ୍କବାଦୀ ସଜେଇଲା ସ୍ୱାମୀ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରକୁ ଫୋନ କରି ମିଛ ଖବର ଦେଇଥିବାରୁ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ବିମାନବନ୍ଦରକୁ ଫୋନ କରି ବିମାନରେ ଜଣେ ଆତଙ୍କବାଦୀ(ଫିଦାୟିନ୍‌)ମହିଳା ବସିଥିବା ନେଇ କହିଥିଲେ ଯୁବକ । ଏହା ସହ ମହିଳାଜଣଙ୍କ ବୋମା ରଖିବା ଉଦ୍ଦେଶ୍ୟରେ ବିମାନବନ୍ଦରକୁ ଯାଇଥିବା ନେଇ ଜଣାଇବା ପରେ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଅଗଷ୍ଟ ୮ରେ ଯୁବକଜଣଙ୍କ ଏଭଳି କହିଥିବା ବେଳେ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ତଦନ୍ତ କରି ୨୯ବର୍ଷୀୟ ନସିରୁଦ୍ଦିନଙ୍କୁ ଦିଲ୍ଲୀର ବବାନା ଅଞ୍ଚଳରୁ ଗିରଫ କରିବା ପରେ ପୁଲିସ ପ୍ରକୃତ ଘଟଣା ଜାଣି ପାରିଥିଲା ।

फर्जी कॉल करने वाला पति गिरफ्तार
oneindia.com

ପୁଲିସର ସୂଚନା ଅନୁଯାୟୀ, ପତ୍ନୀଙ୍କୁ ବିଦେଶ ଯିବାକୁ ରୋକିବା ପାଇଁ ନସିରୁଦ୍ଦିନ ଏଭଳି କାମ କରିଥିଲେ । ପତ୍ନୀ ରାବିଆ ନସିରୁଦ୍ଦିନଙ୍କ ପତ୍ନୀ ସହ ତାଙ୍କ କର୍ମଚାରୀ ମଧ୍ୟ ଥିଲେ । କିନ୍ତୁ ବିବାହ ପରେ ରାବିଆ ବିଦେଶରେ ଚାକିରି କରିବା ପାଇଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲ । ନସିରୁଦ୍ଦିନ ତାଙ୍କୁ ଏପରି ନ କରିବା ପାଇଁ ବୁଝାଇ ବିଫଳ ହେବା ପରେ ବିମାନବନ୍ଦରକୁ ଫୋନ କରିବା ବିଷୟରେ ଚିନ୍ତା କରିଥିଲେ । କେଉଁ ବିମାନରେ ରାବିଆ ଯାଉଛନ୍ତି ଜାଣି ନଥିବାରୁ ନସିରୁଦ୍ଦିନ ବିଦେଶ ଯାଉଥିବା ବିମାନରେ ଜଣେ ଆତଙ୍କବାଦୀ ବୋମା ଆକ୍ରମଣର ଯୋଜନା କରୁଥିବା ନେଇ ଫୋନ କରି ଜଣାଇଥିଲେ । ଯାହା ପରେ ବିଦେଶ ଯାଉଥିବା ବିମାନର ଉଡ଼ାଣକୁ ରଦ୍ଦ କରିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର