ମହାକାଳ ମନ୍ଦିରରେ ପୂଜାରୀଙ୍କ ଆପତ୍ତି, ଉମା କହିଲେ ଆର ଥରକୁ ଶାଢ଼ି ପିନ୍ଧି ଆସିବି

ଉଜ୍ଜୟିନୀ: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଉମା ଭାରତୀ ମଙ୍ଗଳବାର ମହାକାଳ ମନ୍ଦିରକୁ ଯାଇଥିଲେ। ମହାକାଳ ମନ୍ଦିର ପୂଜାରୀ ତାଙ୍କ ପୋଷାକ ପରିଧାନକୁ ନେଇ ଆପତ୍ତି କରିଥିଲେ। ଉମା ଭାରତୀ ବି ମାନିଥିଲେ କି ଯଦି ପୂଜାରୀ କହୁଛନ୍ତି ତେବେ ଠିକ୍‌ ହିଁ କହୁଥିବେ। ଉମା ପୂଜାରୀଙ୍କୁ କହିଥିଲେ କି, ଆଗାମୀ ଥର ଆସିଲେ ଏହା ଉପରେ ନିଶ୍ଚୟ ଧ୍ୟାନ ଦେବି।

zeenews

କାରଣ ମହାକାଳ ମନ୍ଦିରର ଗର୍ଭଗୃହରେ ମହିଳାଙ୍କୁ ଶାଢ଼ି ଓ ବ୍ଲାଉଜ ପିନ୍ଧବା ନିୟମ ଥିବା ବେଳେ ପୁୁରୁଷଙ୍କୁ ଧୋତି ପିନ୍ଧି ପ୍ରବେଶ କରିବା ବିଧି ଅଛି। ବାରଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ମହାକାଳ ମନ୍ଦିର ଗୋଟିଏ। ଏଠାରେ ବଡ଼ି ଭୋରରୁ ଆଳତୀ ହୋଇଥାଏ। ତେବେ ଏହି ମନ୍ଦିରକୁ ଯିବା ପାଇଁ ସ୍ୱତନ୍ତ୍ର ପୋଷାକ ରହିଛି। ଗର୍ଭଗୃହ ପ୍ରବେଶ ବନ୍ଦ ରହିବା ସମୟରେ ଯଦି ଯାଇ ଦର୍ଶନ କରିବାକୁ ହୁଏ ତେବେ ମହିଳାଙ୍କୁ କେବଳ ଶାଢି ପିନ୍ଧି ପ୍ରବେଶ କରିବାର ନିୟମ ରହିଛି।

ସମ୍ବନ୍ଧିତ ଖବର