ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ : ଭୋଟ୍‌ ଗଣତି ଆଜି

ନୂଆଦିଲ୍ଲୀ : ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି (ଗୁରୁବାର) ଘୋଷଣା ହେବ। ଏହା ସହିତ ୧୮ଟି ରାଜ୍ୟର ୫୧ଟି ବିଧାନସଭା ଏବଂ ୨ଟି ଲୋକସଭା ନିର୍ବାଚନର ଫଳାଫଳ ମଧ୍ୟ ଗୁରୁବାର ଘୋଷଣା ହେବ। ଭୋଟ୍‌ ଗଣତି ସକାଳ ୮ଟାରୁ ଆରମ୍ଭ ହେବ। ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି ପୁଣି କ୍ଷମତା ଦଖଲ କରିବ ବୋଲି ସମ୍ଭାବନା ପ୍ରକାଶ ପାଇଥିଲା। ଭୋଟ୍‌ ଗଣତି ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅକ୍ଟୋବର ୨୮ ତାରିଖରେ ମହାରାଷ୍ଟ୍ରର ୨୮୮ ଏବଂ ହରିୟାଣାର ୯୦ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ଉତ୍ତର ପ୍ରଦେଶର ୧୧ଟି ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଥିବାରୁ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର