ଟ୍ୱିଟର ଇଣ୍ଡିଆର ବରିଷ୍ଠ ଅଧିକାରୀ ପଦରୁ ଇସ୍ତଫା ଦେଲେ ମହିମା କୌଲ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ହେଡ଼ ମହିମା କୌଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହିମା, ଟ୍ୱିଟର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ଥିବାବେଳେ ଇସ୍ତଫା ପଛରେ ସେ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସୂଚନାନୁସାରେ, ଟ୍ୱିଟର ଇଣ୍ଡିଆର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଶନିବାର ଦିନ ମହିମା କୌଲଙ୍କ ଇସ୍ତଫା ବାବଦରେ ସ୍ପଷ୍ଟ କରିଛନ୍ତି | ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ପ୍ରଥମ ସପ୍ତାହରେ ମହିମା କୌଲ ମାଇକ୍ରୋବ୍ଲଗିଂ ୱେବସାଇଟ୍ (ଟ୍ୱିଟର) ଛାଡିଥିଲେ।

କମ୍ପାନୀ ପଲିସୀ ଅନୁସାରେ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ମହିମା କମ୍ପାନୀ ସହିତ ଜଡିତ ରହିବେ | ଫେବୃୟାରୀ ଶେଷ ସୁଦ୍ଧା ମହିମା କମ୍ପାନୀ ସହ ଜଡିତ ରହିବେ | ତେବେ ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ହେଡ଼ ମହିମା କୌଲଙ୍କ ଇସ୍ତଫା ଖବର ଏଭଳି ସମୟରେ ଆସିଛି, ଯେତେବେଳେ ଚାଷୀ ଆନ୍ଦୋଳନ ଯୋଗୁଁ ଟ୍ୱିଟର ଇଣ୍ଡିଆ ଅନେକ ବିବାଦର ସମ୍ମୁଖୀନ ହୋଇଛି |

‘କିସାନ କେ ନରସଂହାର’ ହ୍ୟାସଟ୍ୟାଗକୁ ଟ୍ୱିଟର ନିଷିଦ୍ଧ କରିନଥିବାରୁ ଏଥିପାଇଁ ଭାରତ ସରକାର ଟ୍ୱିଟରକୁ ଏକ ନୋଟିସ ଜାରି କରିଥିଲେ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପଠାଯାଇଥିବା ନୋଟିସରେ ହିଂସାକୁ ସମର୍ଥନ କରୁଥିବା ୨୫୦ ଆକାଉଣ୍ଟ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର