ଫୁସଫୁସରେ ବାଉଁଶ ଖଣ୍ଡ ପଶିବା ପରେ ଚିକିତ୍ସା ପାଇଁ ଯାଇଥିଲେ ଯୁବକ, ୧୦ଦିନ ପରେ ବାଉଁଶ ଖଣ୍ଡକୁ ଖୋଜି ପାଇଲେ ଡାକ୍ତର

ମଲାପପୁରମ: ମଲାପପୁରମରେ ଜଣେ ଯୁବକଙ୍କ ସହ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ଫୁସଫୁସରେ ବାଉଁଶ ଖଣ୍ଡ ପଶି ରହିଥିଲେ ମଧ୍ୟ ସେ ୧୦ଦିନ ପର୍ଯ୍ୟନ୍ତ ଜୀବିତ ରହିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ପ୍ରଥମେ ଡାକ୍ତର ବାଉଁଶ ଖଣ୍ଡ ଖୋଜିବାରେ ବିଫଳ ହୋଇଥିବା ବେଳେ୧୦ ଦିନ ପରେ ବାଉଁଶ ଖଣ୍ଡ ଫସିଥିବା ଜଣା ପଡିଥିଲା | ନିକଟରେ କୋଜିକୋଡେ ଚେଷ୍ଟ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ଏବେ ଯୁବକଜଣକ ସୁସ୍ଥ ଅଛନ୍ତି | ଯୁବକଙ୍କ ନାଁ ଅପରେଶ ବୋଲି ଜଣା ପଡିଛି |

ସୂଚନା ମୁତାବକ, ଅପରେଶ ଜୁଲାଇ ୧୭ରେ ରାସ୍ତାରେ ଯାଉଥିବା ବେଳେ ହଠାତ ଏକ ବାଉଁଶ ଗଛ ତାଙ୍କ ଉପରେ ଖସି ପଡିଥିଲା | ଏହି ଦୁର୍ଘଟଣାରେ ବାଉଁଶ ଖଣ୍ଡ ତାଙ୍କ ଛାତିରେ ପଶିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା | ଲକଡାଉନ ପାଇଁ ରାସ୍ତାରେ ଲୋକ ନଥିବାରୁ ତାଙ୍କୁ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା | ସେ ଡାକ୍ତରଖାନାରେ ପହଞ୍ଚିବା ପରେ ସାମାନ୍ୟ ଆଘାତ ଲାଗିଥିବା କହି ଔଷଧ ଦେଇ ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଥିଲେ | ୧୦ଦିନ ପରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଜ୍ୱର ହେବାରୁ ସେ ଡାକ୍ତରଖାନାରେ ପହଞ୍ଚିଥିଲେ | ପରୀକ୍ଷା ପରେ ତାଙ୍କ ଫୁସଫୁସରେ ଏକ ବାଉଁଶ ଖଣ୍ଡ ଫସି ରହିଥିବା ଜାଣିବା ପରେ ଡାକ୍ତର ତାଙ୍କୁ କୋଜିକୋଡେ ଚେଷ୍ଟ ହସ୍ପିଟାଲକୁ ଯିବାକୁ କହିଥିଲେ |

ସମ୍ବନ୍ଧିତ ଖବର