ମିରଟ: ସବ୍-ଇନ୍ପେକ୍ଟର୍ ପାଇଁ ଯୋଗ୍ୟ ହେବାକୁ ଆବଶ୍ୟକ ୧୬୮ ସେମି ଠାରୁ ବୁଲନ୍ଦଶହରବାସୀ ଅଙ୍କିତ କୁମାର ୧ ସେମି ଛୋଟ ବୋଲି ଜାଣନ୍ତି। କିନ୍ତୁ ଏଥିରେ ସଫଳ ହେବାକୁ ସେ ସବୁମତେ ଉଦ୍ୟମ କରିବାକୁ ପ୍ରସ୍ତୁତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଚ୍ଚତା ବଢ଼ାଇବକୁ ଦିଆ ଯାଉଥିବା ଔଷଧ କାମ ନ କରିବାରୁ ସେ ହେନା ବ୍ୟବହାର କଲେ। ମୁଣ୍ଡରେ ହେନା ବୋଳି କୁମାର ବଡ଼ କାଇଦାରେ ମୁଣ୍ଡ କୁଣ୍ଡାଇ ଡେଙ୍ଗା ଭଳି ଦିଶିଲେ।
କିନ୍ତୁ, ମିରଟ୍ ପୁଲିସ ଲାଇନ୍ରେ ଫିଜିକାଲ୍ ଟେଷ୍ଟ୍ ଦେବା ସମୟରେ ତାଙ୍କର ଚାଲାକି ସଫଳ ହୋଇ ନ ଥିଲା। କୁମାରଙ୍କୁ ଖାଲି ଅଯୋଗ୍ୟ ଘୋଷିତ କରାଗଲା ନାହିଁ, ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଏର୍ କରାଗଲା।
ଅଧିକାରୀମାନେ କହନ୍ତି: ନିୟମ ଅନୁସାରେ ସବ୍-ଇନ୍ସ୍ପେକ୍ଟର୍ ନିମନ୍ତେ ଉଦ୍ଦିଷ୍ଟ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସର୍ବନିମ୍ନ ଉଚ୍ଚତା ହେଉଛି ୧୬୮ ସେମି। ଆମେ ମେସିନ୍ରେ କୁମାରଙ୍କ ଉଚ୍ଚତା ପରୀକ୍ଷା କଲା ବେଳେ ତାଙ୍କର କେଶ ଓ ମେସିନ୍ର ପ୍ଲେଟ୍ ମଧ୍ୟରେ ଫାଙ୍କ ରହିଲା।
ଉଚ୍ଚତା ମାପିବାକୁ ଏହି ମେସିନ୍ରେ ଥିବା ଏକ ଧାତବ ପ୍ଲେଟ୍ ପରୀକ୍ଷାର୍ଥୀଙ୍କ ମୁଣ୍ଡକୁ ସ୍ପର୍ଶ କରେ। ତେଣୁ ପରୀକ୍ଷକଙ୍କ ସନ୍ଦେହ ହୋଇଥିଲା। ଘଟନା କ’ଣ ଜାଣିବାକୁ ସେମାନେ ତାଙ୍କ କେଶ ତଲାସ କରିଥିଲେ।
ସେଥିରୁ ଅଧିକାରୀମାନେ ହେନା ପାଇଲେ। ପଚରା ଉଚୁରା କରାଯିବାରୁ କୁମାର ସ୍ୱୀକାର କଲେ ଯେ ଡେଙ୍ଗା ଦିଶିବାକୁ ସେ ହେନା ଲଗାଇଥିଲେ। ୨୪ ବର୍ଷିୟ କୁମାର କହିଲେ: ଉତ୍ତୀର୍ଣ୍ଣ ହେବାକୁ ଆବଶ୍ୟକ ସର୍ବନିମ୍ନ ଉଚ୍ଚତା ଠାରୁ ମୁଁ ୧ ସେମି ସାନ ବୋଲି ଜାଣିଥିଲି। ମୁଁ ସମସ୍ତ ସମ୍ଭାବ୍ୟ ଉଦ୍ୟମ କରି ସାରିଥିଲେ ବି ଉଚ୍ଚତା ବଢ଼ାଇ ପାରି ନ ଥିଲି। ମୁଁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ ମୁଁ ସୁଯୋଗ ଛାଡ଼ିବାକୁ ଚାହୁଁ ନ ଥିଲି। ତେଣୁ କୌଶଳ କରି ଡେଙ୍ଗା ଦିଶିବାକୁ ଚାହିଁଲି।
ତା’ପରେ କୁମାରଙ୍କୁ ମୁଣ୍ଡରୁ ହେନା ଧୋଇବାକୁ କୁହାଯାଇଥିଲା। ଏଥର ତାଙ୍କ ଉଚ୍ଚତା ମାପିବାରୁ ସେ ୧ ସେମି ସାନ ଥିବା କଥା ଜଣାପଡ଼ିଲା।
ଶାରୀରିକ ପରୀକ୍ଷା କେନ୍ଦ୍ରରେ ମିରଟ୍ ଏସ୍ପି ସଞ୍ଜୀବ ବାଜପାଇ ମଧ୍ୟ ମୁଖ୍ୟ ଭାବେ ଉପସ୍ଥିତ ଥିଲେ। ସେ କହନ୍ତି: ଆମେ କୁମାରଙ୍କୁ ଅଯୋଗ୍ୟ ଘୋଷିତ କଲୁ। ଆଇପିସି ଧାରା ୪୨୦ ଆଧାରରେ ତାଙ୍କ ନାମରେ ସିଭିଲ୍ ଲାଇନ୍ସ୍ ଥାନାରେ ଏଫ୍ଆଇଆର୍ ଦରଜ କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି।