ମୁମୁର୍ଷୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଯୁବକଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କଲା ଦିଲ୍ଲୀ ପୁଲିସ, ପରେ ଗୁରୁତରଙ୍କ ମୃତ୍ୟୁ ହେଲା

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଚାଲିଥିବା ହିଂସା ସମୟରେ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ କିଛି ପୁଲିସ କର୍ମଚାରୀ ଜଣେ ୨୩ବର୍ଷୀୟ ଯୁବକଙ୍କ ସମେତ ୫ଜଣଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ୫ଜଣ ଗୁରୁତର ରାସ୍ତାରେ ପଡ଼ି ରହିଥିବା ବେଳେ ଜାତୀୟ ସଙ୍ଗୀତ ଗାଉଛନ୍ତି। ଏହି ଲୋକମାନଙ୍କ ଚାରିପଟେ ପୁଲିସ ଘେରି ରହିଛି। ଏମାନଙ୍କ ମଧ୍ୟରୁ ଦୁଇଜଣ ପୁଲିସ କର୍ମଚାରୀ ତାଙ୍କ ମୁହଁ ଆଡ଼କୁ ଲାଠି ନେଇ ଭଲ ଭାବେ ଗାଏ ବୋଲି କହୁଥିବା ଦେଖିବାକୁ ଓ ଶୁଣିବାକୁ ମିଳୁଛି।

दिल्ली पुलिस पर आरोप, घायल शख्स को राष्ट्रगान गाने के लिए किया था मजबूर, बाद में हुई मौत

ଫ୍ୟକ୍ଟ ଚେକିଂ  ୱେବସାଇଟ AltNews ଏହି ଭିଡିଓକୁ ଯାଞ୍ଚ କରିଛି। ଭିଡିଓରେ ଦେଖିବାକୁ ମିଳୁଥିବା ୨୫ବର୍ଷୀୟ ଯୁବକ ଫେଜାନ୍‌ଙ୍କର  ଗୁରୁବାର ଗୁରୁ ତେଗ ବାହାଦୂର ହସ୍‌ପିଟାଲ୍‌ରେ ମୃତ୍ୟୁ ହୋଇଯାଇଛି।

ଉତ୍ତର-ପୂର୍ବ ଦିଲ୍ଲୀର କରଦମପୁରୀ ଅଞ୍ଚଳରେ ବାସ କରୁଥିବା ଫେଜାନ୍‌ଙ୍କ ପରିବାରବର୍ଗଙ୍କ ଅଭିଯୋଗ ମୁତାବକ, ପୁଲିସ ତାଙ୍କ ପୁଅ ସମେତ ଭିଡିଓରେ ଦେଖିବାକୁ ମିଳୁଥିବା ଅନ୍ୟ ଦୁଇଜଣଙ୍କୁ ରାସ୍ତାରେ ପିଟିବା ପରେ ବିଚାର ବିଭାଗୀୟ ହେପାଜତକୁ ନେଇ ମାଡ଼ ମାରିଥିଲା। ଏହି ମାଡ଼ରେ ପୁଅର ଦୁଇଟି ଗୋଡ଼ ଭାଙ୍ଗି ଯିବା ସହିତ ପୂରା ଶରୀର କଳା ପଡ଼ି ଯାଇଥିଲା।

କରଦମପୁରୀରେ କ୍ଲିନିକ୍‌ ଚଳାଉଥିବା ଡାକ୍ତର ଖାଲିଦ ଅହମ୍ମଦ ସେରଓ୍ଵାନିଙ୍କ କହିବାନୁସାରେ, ଫେଜାନ୍‌ଙ୍କୁ ମୋ ପାଖକୁ ଆଣିଲା ବେଳକୁ ତାର ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଥିଲା। ତାଙ୍କର ରକ୍ତଚାପ ନିମ୍ନ ବି ଥିଲା। ତାଙ୍କ ମା’ କହିଥିଲେ କି ପୁଲିସ ପୁଅକୁ ଥାନାରେ ଦୁଇଦିନ ରଖିଲା ପରେ ତାକୁ ଛାଡ଼ିଛି। ଫେଜାନ୍‌କୁ ପିଟି ପିଟି ପୁଲିସ ତାର ଏଭଳି ଅବସ୍ଥା କରିଛି।

ସମ୍ବନ୍ଧିତ ଖବର