ନିଆରା ଦୁର୍ଘଟଣା! ନିଜକୁ ଗୁଳି ମାରୁଥିବା ବ୍ୟକ୍ତିଙ୍କ କାନ ଦେଇ ମୁଣ୍ଡରୁ ଗୁଳି ବାହାରି କଡ଼ରେ ବସିଥିବା ପତ୍ନୀଙ୍କ ବେକରେ ପଶିଲା

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଘଟିଯାଇଛି ଏକ ନିଆରା ଦୁର୍ଘଟଣା। ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ରାଗରେ ଆସି ନିଜ କାନକୁ ଗୁଳି ମାରିବାରୁ ଗୁଳିଟି ତାଙ୍କ କାନ ଦେଇ ମୁଣ୍ଡ ପଟେ ବାହାରି ଯାଇ ତାଙ୍କ ପତ୍ନୀଙ୍କ ଦେହରେ ବାଜି ଥିବା ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ କାର୍‌ ଚଳାଉଥିଲେ। କାର୍‌ର କଡ଼ ସିଟ୍‌ରେ ବସିଥିଲେ ପତ୍ନୀ। ବ୍ୟକ୍ତି ଜଣକ ବେରୋଜଗାର ଥିବା କାରଣରୁୁ ପତ୍ନୀ ତାଙ୍କ ସହ କଳି କରିଥିଲେ ଓ ସେ ରାଗରେ ଆସି ଆତ୍ମହତ୍ୟା ଉଦ୍ଦେଶ୍ୟରେ ନିଜ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ କାନରେ ପଶି ମୁଣ୍ଡ ଦେଇ ବାହାରି ପତ୍ନୀଙ୍କ ବେକରେ ଯାଇ ବାଜିବା ପରି ଏକ ନିଆରା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଆହତ ହୋଇ ଉଭୟ ପତି ପତ୍ନୀ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପତ୍ନୀ ଜଣକ ବିପଦମୁକ୍ତ ଥିବା ବେଳେ ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌(ଆଇସିୟୁ)ରେ ରହି ପତି ଚିକିତ୍ସିତ ହେଉଛନ୍ତି।


Hindustan Times

ମହିଳା ଜଣକ ୭ ମାସର ଗର୍ଭବତୀ ବୋଲି ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ ପ୍ରଥମେ ୨୦୧୭ ମସିହାରେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇ ମଥୁରାରେ ଆସି ଏକ ତେଜରାତି ଦୋକାନ କରିଥିଲେ। ୨୦୧୯ ମସିହାରେ ସେ ଦ୍ବିତୀୟ ବିବାହ କରିଥିଲେ। ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ତାଙ୍କ ପତ୍ନୀଙ୍କୁ ନିଜ ବାପଘରକୁ ଯିବାକୁ ବାଧ୍ୟ କରୁଥିଲେ। ମାତ୍ର ପତ୍ନୀ ତାଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ଯିଦ୍‌ କରିବାରୁ ପରସ୍ପରଙ୍କ ମଧ୍ୟରେ କଳି ହୋଇଥିଲା।

ସମ୍ବନ୍ଧିତ ଖବର