ବିଚ୍ ରାସ୍ତାରେ ପ୍ରେମିକା ସାକ୍ଷୀକୁ ୨୦ ଥର ଛୁରି ଭୁସି ହତ୍ୟା କରିଥିବା ପ୍ରେମିକ ଗିରଫ

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ପ୍ରେମିକା ସାକ୍ଷୀକୁ ୨୦ ଥର ଛୁରି ଭୁସି ହତ୍ୟା କରିଥିବା ପ୍ରେମିକ ଗିରଫ। ଅଭିଯୁକ୍ତ ସାହିଲକୁ ଉତ୍ତରପ୍ରଦେଶର ବୁଲନ୍ଦଶହରରୁ ଗିରଫ କଲା ଦିଲ୍ଲୀ ପୁଲିସ। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ୨୦ ଥର ଛୁରି ଭୁସିବା ସହ ପଥରରେ ଛେଚି ସାକ୍ଷୀଙ୍କୁ ହତ୍ୟା କରିଥିଲା ସାହିଲ। ତେବେ ରବିବାର ପ୍ରେମିକାକୁ ହତ୍ୟା କରିବା ପରେ ଫେରାର ଥିବା ପ୍ରେମିକ ସାହିଲକୁ ଆଜି ପୁଲିସ ଗିରଫ କରିବା‌ରେ ସଫଳ ହୋଇଛି।

ସୂଚନା ମୁତାବକ, ୨୦ବର୍ଷ ବୟସ୍କ ସାହିଲ ଜଣେ ଫ୍ରିଜ୍-ଏସି ମରାମତି ମେକାନିକ୍। ସାହିଲ ଏବଂ ନାବାଳିକା ପୀଡିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଥିବା ବେଳେ ଏହି ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯାଉଥିବା ବେଳେ ସାହିଲ ତାଙ୍କୁ ବାଟରେ ଅଟକାଇ ଆକ୍ରମଣ କରିଥିଲା।

aajtak

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଶାହବାଦ୍‌ ଡାଏରିର ଗୋଟାଏ ସରୁ ଗଳିରେ ଅଭିଯୁକ୍ତ ସାହିଲ୍‌, ସାକ୍ଷୀଙ୍କୁ ଛୁରି ଭୁସୁଥିବା ବେଳେ ବାଟୋଇମାନେ ସେ ଭୟଙ୍କର ଦୃଶ୍ୟ ଦେଖୁଛନ୍ତି। ଛୁରି ଭୁସି ସାରିବା ପରେ ସାହିଲ୍ ରାସ୍ତାରୁ ଗୋଟାଏ ଓଜନିଆ ସ୍ଲାବ୍‌ ଉଠାଇ ଆଣି ସାକ୍ଷୀଙ୍କ ମୁଣ୍ଡକୁ ଏକାଧିକ ବାର ଛେଚି ସେଠାରୁ ଚାଲିଯାଉଛି। କିଛି ସମୟ ପରେ ପୁଣି ଫେରି ଆସି ସେ ସ୍ଲାବ୍‌ରେ ସାକ୍ଷୀଙ୍କ ମୁଣ୍ଡକୁ ପୂର୍ବ ଭଳି ଛେଚି ପକାଉଛି। ତେବେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ କେଉଁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାହା ସାମ୍ନାକୁ ଆସିନାହିଁ।

ସମ୍ବନ୍ଧିତ ଖବର