ମୁସଲିମ୍‌ଙ୍କ ପାଇଁ ସଂରକ୍ଷଣ ଦାବି କଲେ ମାୟାବତୀ

ଲକ୍ଷ୍ନୌ: ବିଏସ୍‌ପି ସୁପ୍ରିମୋ ମାୟାବତୀ ଆଜି ୬୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ମାୟାବତୀ ମୁସଲିମଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଆର୍ଥିକ ଆଧାରରେ ସଂରକ୍ଷଣ ଦାବି କରିଛନ୍ତି। ତେବେ ଆଗାମୀ ଲୋକସଭା ନିର୍ବାଚନରେ ମୁସଲିମ୍‌ ଭୋଟ୍‌ ହାତେଇବାପାଇଁ ମାୟାବତୀଙ୍କର ଏହା ଏକ ରାଜ‌ନୈତିକ ଚାଲ୍‌ ବୋଲି ବିଜେପି କହିଛି। ରାଜ୍ୟରେ ୨୦ ପ୍ରତିଶତ ଜନତା ମୁସଲିମ୍‌ ସମ୍ପ୍ରଦାୟର ଥିବାରୁ ମାୟାବତୀ ମୁସଲିମ୍‌ ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଏଭଳି ଦାବି ଉପସ୍ଥାପନ କରିଛନ୍ତି ଏବଂ କଂଗ୍ରେସ ପାଇଁ ଏହା ଅଡ଼ୁଆ ସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।
ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି କହିଛନ୍ତି ଯେ ସମୟ ଥିଲା‌ ସରକାରୀ ଚାକିରି କ୍ଷେତ୍ରରେ ମୁସଲିମ୍‌ ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା କିନ୍ତୁ ଏବେ ଏହା ମାତ୍ର ୨-୩ ପ୍ରତିଶତକୁ ଖସି ଆସିଛି। ମୁସଲିମ୍‌ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ବିଏସ୍‌ପି ଅଗ୍ରାଧିକାର ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର