ସରକାରୀ ବାସଭବନ ଛାଡ଼ିଲେ ମେହବୁବା

ଜମ୍ମୁ-କାଶ୍ମୀର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ସୋମବାର ଅନନ୍ତନାଗ ଜିଲ୍ଲାର ଗୁପକର ସରକାରୀ ବାସଭବନ ଖାଲି କରି ଶ୍ରୀନଗର ଉପକଣ୍ଠରେ ଥିବା ଖାଇମ୍ବରରେ ଏକ ଘରୋଇ ବାସଭବନକୁ ସ୍ଥାନାନ୍ତର ହୋଇଛନ୍ତି।

ଶନିବାର ଅନନ୍ତନାଗ ପ୍ରଶାସନ ମୁଫତିଙ୍କୁ ୨୪ ଘଣ୍ଟା ମଧ୍ୟରେ ହାଉସିଂ କଲୋନୀ ଖାନାବଲରେ ଥିବା ସରକାରୀ କ୍ୱାର୍ଟର ନମ୍ବର-୭ ଖାଲି କରିବାକୁ ନୋଟିସ ଦେଇଥିଲେ। ଏହାପୂର୍ବରୁ ଅକ୍ଟୋବର ୧୫ରେ ଜମ୍ମୁ-କାଶ୍ମୀର ସରକାରଙ୍କ ଗୃହ ବିଭାଗ ପିଡିପି ସଭାପତିଙ୍କୁ ଗୁପକର ଅଞ୍ଚଳରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର