‘ଘରକୁ ଫେରିବା ପାଇଁ ବାଧ୍ୟ ହୋଇ ଆପଣଙ୍କ ସାଇକେଲ ନେଇ ଯାଉଛି, ମୋତେ କ୍ଷମା କରି ଦେବେ‘; ଜଣେ ଅସହାୟ ଶ୍ରମିକଙ୍କ ଲେଖିଥିବା ଚିଠି ଭାଇରାଲ ହେଉଛି

ଭରତପୁର: ଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବୃଦ୍ଧି କରାଯାଉଥିବା ଲକ୍‌ଡାଉନ୍‌ କାରଣରୁ ଶ୍ରମିକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଲକ୍‌ଡାଉନ୍‌ ପରେ ଖାଇବାକୁ ପିଇବାକୁ ନ ପାଇ ଶ୍ରମିକମାନେ ଘରକୁ ଫେରି ଆସୁଛନ୍ତି। ଏଥିସହିତ ଜଡ଼ିତ ଏକ ଘଟଣା ଭରତପୁରରୁ ସାମ୍ନାକୁ ଆସୁଛି।

ଏଠାରେ ପ୍ରବାସୀ ଶ୍ରମିକ ଜଣେ ବ୍ୟକ୍ତିଙ୍କ ସାଇକେଲ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। କିନ୍ତୁ ସେ ଏହି ସାଇକେଲ ନେଇଯିବା ପରେ ଏକ ଚିଠି ସେଠାରେ ଛାଡ଼ି ଯାଇଥିଲେ। ଏହି ଚିଠିଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କିନ୍ତୁ ଏହି ସାଇକେଲକୁ ଚୋରାଇ ନେଇଥିବା ଶ୍ରମିକ ନିଜ ଅସୁବିଧା ଜଣାଇ ସାଇକେଲ ମାଲିକଙ୍କୁ କ୍ଷମା ବି ମାଗିଛନ୍ତି।

Bicycle - Wikipedia
Wikipedia

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିଠିରେ ଶ୍ରମିକ ‘ପ୍ରଥମେ ନମସ୍କାର ଜଣାଇ ଲେଖିଛନ୍ତି, ‘ମୁଁ ଆପଣଙ୍କ ସାଇକେଲ ନେଇ ଯାଉଛି। ହେବ ତ ମୋତେ କ୍ଷମା କରିଦେବେ। କାରଣ ମୋ ପାଖରେ ଘରକୁ ଯିବାକୁ କୌଣସି ସାଧନ ନାହିଁ। ମୋର ଏକ ଶିଶୁ ରହିଛି, ଏହି କାରଣରୁ ମୋତେ ବାଧ୍ୟ ହୋଇ ଏମିତି କରିବାକୁ ହେଉଛି। କାରଣ ଶିଶୁଟି ଦିବ୍ୟାଙ୍ଗ ସେ ଚାଲିବାକୁ ସକ୍ଷମ ନୁହେଁ। ଆମକୁ ବରେଲି ପର୍ଯ୍ୟନ୍ତ ଯିବାକୁ ହେବ।’

ଏହି ଚିଠିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି ଜଣେ ପିତା କିପରି ନିଜର ପୁଅ ପାଇଁ ବାଧ୍ୟ ହୋଇ ସାଇକେଲ ଚୋରି କରିଛନ୍ତି।

ଭରତପୁରରେ ବସବାସ କରୁଥିବା ସାଇକେଲ ମାଲିକଙ୍କ କହିବାନୁସାରେ, ‘ସକାଳୁ ଉଠି ଘର ସାମ୍ନାରେ ସାଇକେଲ ନଥିବା ଦେଖି ଚୋରିର ସନ୍ଦେହ ହୋଇଥିଲା। ଏହାପରେ ଘର ପାଖରୁ ଏକ ଚିଠି ପାଇଥିଲି। ଏହି ଚିଠି ପାଇବା ପରେ ସାଇକେଲ ଚୋରି ହୋଇଯାଇଥିବା ଜାଣି ମୋର କୌଣସି ହେଲେ ଦୁଃଖ ନାହିଁ। ବରଂ ଖୁସି ହେଉଛି ଯେ ମୋ ସାଇକେଲ ଯାହା ହେଉ ଏଭଳି ଜଣେ ଅସହାୟ ଶ୍ରମିକଙ୍କ କାମରେ ଲାଗି ପାରିଛି।’

ସମ୍ବନ୍ଧିତ ଖବର