କ୍ଷୀର ପାଇଁ ପାକିସ୍ତାନରେ ଚହଳ : ଲିଟର ପିଛା ୧୮୦ ଟଙ୍କାରେ ପହଞ୍ଚିଲା କ୍ଷୀର ଦାମ, ମହଙ୍ଗା ଦରକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
କରାଚୀ : ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ହେଲେଣି ପାକିସ୍ତାନ ଜନତା। ପନିପରିବା, ପେଟ୍ରୋଲ, ଡିଜେଲର ମହଙ୍ଗା ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିବା ବେଳେ ଏବେ ପୁଣିଥରେ କ୍ଷୀର ଦାମ ବୃଦ୍ଧି ଲୋକଙ୍କୁ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । କରାଚୀ ଡାଏରୀ ଆସୋସିଏସନ ଅଚାନକ କ୍ଷୀରର ଦାମ ଲିଟର ପିଛା ୨୩ ଟଙ୍କା ବୃଦ୍ଧି କରିବା ଫଳରେ ଏବେ ପାକିସ୍ତାନରେ କ୍ଷୀର ଦାମ ଲିଟର ପିଛା ୧୨୦ ଟଙ୍କାରେ ପହଞ୍ଚିଛି । ତେବେ ଖୁଚୁରା ବଜାରରେ କ୍ଷୀର ଦର ଲିଟର ପିଛା ୧୦୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ପାକିସ୍ତାନ ମୁଦ୍ରାର ମୂଲ୍ୟ ଭାରତୀୟ ମୁଦ୍ରାର ମୂଲ୍ୟର ଅଧା ରହିଛି । ମହଙ୍ଗା ଦରକୁ ନେଇ ଲୋକମାନଙ୍କ ମଧ୍ୟ ଅସନ୍ତୋଷ ରହିଥିବା ବେଳେ ହଠାତ କ୍ଷୀର ଦରରେ ବୃଦ୍ଧି ଜନତାଙ୍କ କ୍ରୋଧ ବଢାଇଦେଇଛି । ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଆସୋସିଏସନ ପୂର୍ବରୁ କ୍ଷୀର ଦର ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଆସୋସିଏସନ ଏଭଳି ନିଷ୍ପତି ନେଇଛି ।
ତେବେ ଆସୋସିଏସନର ଏଭଳି ଏକଚାଟିଆ ନିଷ୍ପତିକୁ ଭୁଲ ଦର୍ଶାଇଛି ପ୍ରଶାସନ । ଅଧିକ ଦରରେ କ୍ଷୀର ବିକ୍ରି କରୁଥିବା ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପ୍ରଶାସନ ପକ୍ଷରୁ କ୍ଷୀରର ଦର ଲିଟର ପିଛା ୯୪ ଟଙ୍କା ରଖାଯାଇଛି । ଏହାପରେ ମଧ୍ୟ କ୍ଷୀର ଲିଟର ପିଛା ବଜାରରେ ୧୦୦ରୁ ୧୮୦ ଟଙ୍କା ବିକ୍ରି ହେଉଛି ।