କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଶିବସେନା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା

ଏନଡିଏ ଛାଡ଼ିବାର ଘୋଷଣା ମଧ୍ୟ କରିପାରେ ଶିବସେନା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାରତୀୟ ଜନତା ପାର୍ଟି ସ୍ପଷ୍ଟ ଭାବରେ ମନା କରିଦେବା ପରେ ରାଜ୍ୟପାଳ ଶିବସେନାକୁ ଆମନ୍ତ୍ରଣ କରିବାପରେ ଆଉ ଏକ ଗୁରୁତବପୂର୍ଣ୍ଣ ଖବର ମିଳିଛି। ତାହା ହେଲା ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଶିବସେନା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ଟ୍ବିଟ୍ କରି କେନ୍ଦ୍ର ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପଦରୁ ଇସ୍ତଫା ନେଇ ନିଜେ ସୂଚନା ଦେଇଛନ୍ତି। କୁହାଯାଉଛି ଯେ ଏହାପରେ ଶିବସେନା ଆଜି ବିଧିବଦ୍ଧଭାବେ ଏନଡିଏ ଛାଡ଼ିବାର ଘୋଷଣା ମଧ୍ୟ କରିପାରେ।

କଂଗ୍ରେସ ଓ ଏନସିପିର ସମର୍ଥନରେ ଶିବସେନା ସରକାର ଗଠନ ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଥିବା ଖବର ବି କେବଳ ମହାରାଷ୍ଟ୍ର ନୁହେଁ, ଭାରତୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

image source–news18

ସୂଚନାଯୋଗ୍ୟ , ୫୦-୫୦ ଫର୍ମୁଲାକୁ ନେଇ ମେଣ୍ଟ ସହଯୋଗୀ ଶିବସେନା ଅଡି ବସିବା ଏବଂ ରାଜପାଳଙ୍କ ନିମନ୍ତ୍ରଣ ପରେ ମଧ୍ୟ ସମର୍ଥନ ଦେବାର ପ୍ରତିଶ୍ରୁତି ନ ମିଳିବାପରେ ବିଜେପି ରାଜ୍ୟରେ ସରକାର ଗଢ଼ିବାକୁ ମନା କରିଛି।

ସମ୍ବନ୍ଧିତ ଖବର