ଆସାମରେ ପୁଣି ଚାଲୁହେଲା ଡିସେମ୍ବର ୧୧ରୁ ବନ୍ଦ ଥିବା ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା

ଗୌହାଟି: ନାଗରିକତା ଆଇନ ବିରୋଧରେ ଉଗ୍ର ପ୍ରତିବାଦ ଯୋଗୁଁ ରାଜ୍ୟବ୍ୟାପୀ ଏକ ସପ୍ତାହରୁ ଅଧିକ କାଳ ନିଷିଦ୍ଧ ହୋଇଥିବା ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ପୁଣି ଆରମ୍ଭ ହୋଇଥିବା କଥା ଶୁକ୍ରବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ଉପରୁ କଟକଣା ହଟାଇବାକୁ ଗୌହାଟି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପୂର୍ବରୁ ନିର୍ଦେଶ ଦେଇଥିଲେ। ଜଷ୍ଟିସ୍‌ ମନୋଜିତ୍‌ ଭୂୟାଁ ଏବଂ ଜଷ୍ଟିସ୍‌ ସୌମିତ୍ର ସାଇକିଆଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦେଶ ଦେଇ କହିଥିଲେ ଯେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ପୁଣି ଚାଲୁ କରାଯିବା ଉଚିତ। ଏଥିସହ ଖଣ୍ଡପୀଠ ଆହୁରି କହିଥିଲେ ଯେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ, ହିଂସାକାଣ୍ଡ ସୃଷ୍ଟି କରିବା ଭଳି ପ୍ରସାରଣ କରାଯାଉଥିବା ବିଭିନ୍ନ ବିସ୍ଫୋରକ ବାର୍ତ୍ତା ଏବଂ ଭିଡିଓ ଉପରେ ନିଷେଧାଦେଶ ଜାରି କରିବାକୁ ସରକାରଙ୍କର ଅବାଧ କ୍ଷମତା ରହିଛି।

Image Courtesy of The Tribune

ସଂଶୋଧିତ ନାଗରିକତା ଆଇନ ଯୋଗୁଁ ରାଜ୍ୟରେ ବହୁସଂଖ୍ୟକ ଶରଣାର୍ଥୀ ବସବାସ କରିବାର ସୁଯୋଗ ପାଇବେ। ଫଳରେ ରାଜ୍ୟର ମୂଳ ଅଧିବାସୀମାନଙ୍କର ପରମ୍ପରା ଓ ସଂସ୍କୃତି ଉପରେ ଆଞ୍ଚ୍‌ ଆସିବା ଆଶଙ୍କା କରି ଆସାମରେ ପ୍ରତିବାଦ ଓ ଆନ୍ଦୋଳନ ଚାଲିଛି।

ସମ୍ବନ୍ଧିତ ଖବର