ଶିଳ୍ପ ମନ୍ତ୍ରାଳୟର ସଚିବ ତଥା ଓଡ଼ିଆ ପୁଅ ଗୁରୁପ୍ରସାଦଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ (DPIIT) ମନ୍ତ୍ରାଳୟର ସଚିବ ତଥା ଓଡ଼ିଆ ପୁଅ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ନିଜେ ଏହି ସୂଚନା ଦେଇଛନ୍ତି। ସୂଚନା ଥାଉ କି ଯେ ଗୁରୁପ୍ରସାଦ ମହାପାତ୍ର ମଧ୍ୟ ବିମାନବନ୍ଦର ପ୍ରାଧିକରଣର ଚେୟାରମ୍ୟାନ୍ ଥିଲେ। ୧ ଅଗଷ୍ଟ ୨୦୧୯ ରେ ସେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।


ମୋଦୀ ଟ୍ୱିଟ କରି ଲେଖିଛନ୍ତି ଯେ ‘ମୁଁ ତାଙ୍କ ସହ ଗୁଜୁରାଟ ଏବଂ କେନ୍ଦ୍ରରେ କାମ କରିଥିଲି | ପ୍ରଶାସନିକ ସମସ୍ୟାଗୁଡିକ ବିଷୟରେ ସେ ଭଲ ଭାବରେ ବୁଝିପାରୁଥିଲେ ଏବଂ ତାଙ୍କର ଅଭିନବ ଉତ୍ସାହ ପାଇଁ ସେ ବେଶ ଜଣାଶୁଣା | ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଏହି ଦୁଃଖଦ ସମୟରେ ସମବେଦନା ଜଣାଉଛି’ | ସୂଚନା ଥାଉ କି ଯେ ଗୁରୁପ୍ରସାଦ ମହାପାତ୍ର ଗୁଜୁରାଟ କ୍ୟାଡରର ୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଥିଲେ।


ସେ ଲୋକପ୍ରିୟ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନପୁଅ ଥିଲେ। ଗୁରୁପ୍ରସାଦ ମହାପାତ୍ର ମଧ୍ୟ ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଥିଲେ | ଯେଉଁଥିରେ ସେ ସ୍ୱତନ୍ତ୍ର ଅଥନୈତିକ ଜୋନ ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର