୭ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ, କୋଭିଡ୍‌ ସ୍ଥିତି ଓ ବନ୍ୟା ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀ କୋଭିଡ୍‌ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ଙ୍କ ସହ ମୋଦୀ କୋଭିଡ୍‌ ସହ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ବନ୍ୟା ବିପର୍ଯ୍ୟୟ ପାଇଁ ଆସାମକୁ ସହାୟତା ପ୍ରଦାନ କରାଯିବ ବୋଲି ମୋଦୀ ଆଶ୍ବାସନା ଦେଇଛନ୍ତି। ମୋଦୀ ଉତ୍ତରାଖଣ୍ଡନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ରାଜ୍ୟରେ ସଂକ୍ରମିତ ହୋଇଥିବା ଯବାନମାନଙ୍କ ସମ୍ପର୍କରେ ସୂଚନା ମାଗିଥିଲେ। ଯବାନମାନଙ୍କ ଉତ୍ତମ ଚିକିତ୍ସାପାାଇଁ ରାଜ୍ୟ ସରକାର ଏବଂ ସେନା ଅଧିକାରୀ ସହଯୋଗ କରିବାପାଇଁ ମୋଦୀ କହିଥିଲେ। ରାଜ୍ୟରେ କରୋନା ସ୍ଥିତି ନେଇ ରାୱତ କହିଥିଲେ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମୋଦୀ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସମୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ରାଜ୍ୟ‌ରେ ଦୈନିକ ସର୍ବାଧିକ ୪୮ ହଜାର କୋଭିଡ୍‌ ଟେଷ୍ଟ୍‌ ହେଉଥିବା କହିଥିଲେ। ସଂକ୍ରମଣ ରୋକିବାପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପଲାନିସ୍ବାମୀ କହିଥିଲେ।

ସମ୍ବନ୍ଧିତ ଖବର