କରୋନା ଆସିବା ପରେ ଚାଷୀ ଆତ୍ମହତ୍ୟାକୁ ବଳିଯାଇଛି ବ୍ୟବସାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଦେଶରେ କୃଷକ ଆତ୍ମହତ୍ୟା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଆଉ ଗୋଟିଏ ବର୍ଗର ଆତ୍ମହତ୍ୟା ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି । ସେମାନେ ହେଉଛନ୍ତି ବ୍ୟବସାୟୀ ବର୍ଗ । କୃଷକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ଏମାନଙ୍କ ଆତ୍ମହତ୍ୟା ଚର୍ଚ୍ଚାକୁ ଆସେନାହଁ ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ ୨୦୨୦ରେ ବ୍ୟବସାୟୀ ଆତ୍ମହତ୍ୟା ସଂଖ୍ୟା ଚାଷୀ ଆତ୍ମହତ୍ୟା ସଂଖ୍ୟାକୁ ଟପିଯାଇଛି । ଏହି ବର୍ଷ ୧୧୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ, ଯେବେକି ଆତ୍ମହତ୍ୟା କରିଥିବା କୃଷକ ସଂଖ୍ୟା ଥିଲା ୧୦୬୭୭ ।

୨୦୨୦ ପୂର୍ବରୁ ବି ବ୍ୟବସାୟୀମାନଙ୍କ ଆତ୍ମହତ୍ୟା ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଥିଲା । କିନ୍ତୁ କୃଷକ ଆତ୍ମହତ୍ୟା ତୁଳନାରେ ଏହା କମ ରହୁଥିଲା । ଏନସିଆରବି ତଥ୍ୟ ଅନୁସାରେ ୨୦୧୪ରୁ ୨୦୧୯ ମଧ୍ୟରେ କୃଷକ ଓ ବ୍ୟବସାୟୀ ଆତ୍ମହତ୍ୟା ମଧ୍ୟରେ ହାରାହାରି ୨ରୁ ୩ ହଜାର ଫରକ ରହୁଥିଲା । କିନ୍ତୁ ୨୦୨୦ରେ ପ୍ରଥମ ଥର ପାଇଁ ବ୍ୟବସାୟୀ ଆତ୍ମହତ୍ୟା ସଂଖ୍ୟା କୃଷକ ଆତ୍ମହତ୍ୟାକୁ ଟପିଯାଇଥିଲା । ଅର୍ଥାତ ଯେତିକି କୃଷକ ଆତ୍ମହତ୍ୟା କରିଥିଲେ ଠାରୁ ଅଧିକ ସଂଖ୍ୟକ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ବ୍ୟବସାୟୀମାନେ ପ୍ରବଳ କ୍ଷତି ସବୁଛନ୍ତି । ଏହା ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର