ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତର ପ୍ରଥମ ମୂକ-ବଧିର ପ୍ରାର୍ଥୀ

ଭୋପାଳ : ଆସନ୍ତା ନଭେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ତେବେ ସୁଦୀପ ଶୁକ୍ଳା ନାମକ ଜଣେ ସ୍ବାଧୀନ ପ୍ରାର୍ଥୀ ଏବେ ଚର୍ଚ୍ଚାରେ ଅଛନ୍ତି। ସୁଦୀପ ମୂକ ଏବଂ ବଧିର। ତେବେ ଯଦି ସେ ନିର୍ବାଚନ ଜିତିଯିବେ ତେବେ ‌ସେ ଦେଶର ପ୍ରଥମ ମୂକ ବଧିର ବିଧାୟକ ହେବେ। ସୁଦୀପ ବେଙ୍ଗାଲୁରୁରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ସମାଜସେବା ଉଦ୍ଦେଶ୍ୟରେ ନିର୍ବାଚନ ଲଢ଼ିବାପାଇଁ ସେ ତାଙ୍କ ଚାକିରି ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର