ଅଭାବକୁ ଦେଖି ପୁଣେ କାରଖାନାରେ ‘କୋଭାକ୍ସିନ୍‌’ ଟିକା ଉତ୍ପାଦନ ପାଇଁ ବାୟୋଭେଟକୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ମୁମ୍ୱାଇ: ପୁଣେ ନିକଟରେ ପ୍ରାୟ ୧୨ ହେକ୍ଟର ଜମିରେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ତଥା ପ୍ରସ୍ତୁତ ଟିକା କାରଖାନାରେ କୋଭକ୍ସିନ ଏବଂ ଅନ୍ୟ ଜୀବନ ରକ୍ଷାକାରୀ ଟିକା ପ୍ରସ୍ତୁତ କରିବାକୁ ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି | କୋଭକ୍ସିନ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକର ସହଯୋଗୀ ବାୟୋଭେଟକୁ ଟିକା ତିଆରି ପାଇଁ ଅନୁମତି ମିଳିଛି | ଦେଶରେ ଟିକାର ଅଭାବ ଦେଖା ଦେଉଥିବା ବେଳେ ଏହାକୁ ଦୂର କରିବା ପାଇଁ ବମ୍ବେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି |

ଗତ ସପ୍ତାହରେ ଜଷ୍ଟିସ କମଲ କିଶୋର ଟେଟେଡ ଏବଂ ନିତିନ ବୋରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ | ଏହା ସହ ଟିକା ଉତ୍ପାଦନ ଶୀଘ୍ର ଆରମ୍ଭ କରିବା ପାଇଁ ବାୟୋଭେଟକୁ ଅନୁମତି ଦେବାକୁ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ, ପୁଣେ ଡିଭିଜନ୍, ଜିଲ୍ଲା କଲେକ୍ଟର ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ |

Covaxin has been directly supplied to 18 states since May 1: Bharat Biotech
Mint

ସୂଚନା ମୁତାବକ, ଉପ ବନ ସଂରକ୍ଷଣକାରୀ ପୁଣେରେ ଥିବା କାରଖାନାରେ ଟିକା ଉତ୍ପାଦନ ପାଇଁ ମନା କରିବା ପରେ ବାୟୋଭେଟ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା | ବାୟୋଭେଟ୍ ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏବେ ବାୟୋଭେଟକୁ ପୁଣେ କାରଖାନାରେ ‘କୋଭାକ୍ସିନ୍‌’ ଟିକା ଉତ୍ପାଦନ ପାଇଁ ଅନୁମତି ଦେଇଛନ୍ତି |

ସମ୍ବନ୍ଧିତ ଖବର