ନୂଆଦିଲ୍ଲୀ: ନବବର୍ଷ ଆଗମନର ଠିକ ୩ ଦିନ ପୂର୍ବରୁ ମୁମ୍ବାଇର କମଳା ମିଲ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ କି ୧୪ଜଣଙ୍କ ଜୀବନ ଚାଲିଯାଇଛି। ଗୁରୁବାର-ଶୁକ୍ରବାର ମଧ୍ୟ ରାତିରେ ହୋଇଥିବା ଅଗ୍ନିକାଣ୍ଡରେ ପାଖାପାଖି ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇରେ ଏଭଳି ଭୟାବହ ଅଗ୍ନିକାଣ୍ଡ ନୂଆ କଥା ନୁହେଁ। ଆଜିଠାରୁ ୨୧୪ ବର୍ଷ ପୂର୍ବରୁ ଅର୍ଥାତ ୧୮୦୩ରେ ମଧ୍ୟ ଏଭଳି ଘଟଣା ହୋଇଥିଲା। ପାର୍ଥକ୍ୟ ଏତିକି ଯେ, ସେହି ସମୟରେ ସହରକୁ ବମ୍ବେ କୁହାଯାଉଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
‘ଗ୍ରେଟ୍ ଫାୟାର ଅଫ୍ ବମ୍ବେ’ ବିଷୟରେ ଜାଣନ୍ତୁ। ଏହା ପୂର୍ବରୁ ଏଠାରେ ଥିବା ଫଟୋକୁ ଭଲ ଭାବରେ ଦେଖନ୍ତୁ। ଏହାକୁ ଗେଜେଟିୟର ଅଫ୍ ବମ୍ବେ ପ୍ରେସିଡେନ୍ସିର ୩୯୧ ପୃଷ୍ଠାରେ ରଖାଯାଇଛି। ଏହା ସେହି ଭୟଙ୍କର ଅଗ୍ନିକାଣ୍ଡକୁ ମନେ ପକାଇ ଦେଇଥାଏ।
୨୧୪ ବର୍ଷ ପୂର୍ବେ ୧୮୦୩ ଫେବ୍ରୁଆରିରେ ଭୟାବହ ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ଘଟିଥିଲା। ସେହି ସମୟରେ ଇଂରେଜ ଶାସନାଧିନ ଭାରତର ଏହି ଅଞ୍ଚଳରେ ଧନୀକ ଶ୍ରେଣୀର ଲୋକମାନେ ରହୁଥିଲେ। ଅଗ୍ନିକାଣ୍ଡ ପରେ ସହରର ଚିତ୍ର ବଦଳି ଯାଇଥିଲା। ଇଂରେଜ ଶାସକମାନଙ୍କୁ ପୁଣି ଥରେ ପୂର୍ବ ସ୍ଥିତି ଫେରାଇବାକୁ ପରିଶ୍ରମ କରିବାକୁ ପଡ଼ିଥିଲା। ସେହି ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନି ଏକ ପୁରୁଣା କୋଠାରେ ଥିଲା। ଅଗ୍ନିକାଣ୍ଡ ଯୋଗୁଁ ଇଷ୍ଟ ଇଣ୍ଡିଆ କମ୍ପାନିର ପାଚେରିକୁ କ୍ଷତି ପହଞ୍ଚାଇଥିଲା। ଅଗ୍ନିକାଣ୍ଡ ପରେ ଇଂରେଜ ଶାସକମାନେ ବୁଝି ପାରିଥିଲେ ଯେ, ସହରକୁ ପରିବ୍ୟାପ୍ତ କରାଯିବା ଦରକାର ଅଛି।
ଆଜି ଆମେ ଯେଉଁ ବମ୍ବେକୁ ଜାଣିଛେ, ତାହା ଆରବ ସାଗର କୂଳରେ ବିସ୍ତୁତ ୭ଟି ଛୋଟ ଛୋଟ ଦ୍ୱୀପ ଥିଲା। ସହରରେ ନିୟମିତ ଭାବରେ ଲୋକସଂଖ୍ୟା ବଢୁଥିବାରୁ ନିଃଶ୍ୱାସ ନେବା ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ। ‘ବମ୍ବେ’ର ନୂଆ ନାମ ୧୯୯୬ରେ ମୁମ୍ବାଇର ରଖାଯାଇଥିଲା।