ହସ୍ପିଟାଲର ଗୋଟିଏ ବିଛଣାରେ ଦୁଇଜଣ କରୋନା ରୋଗୀ

ମୁମ୍ବାଇ: ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ହେତୁ ଏବେ ହସ୍ପିଟାଲ ଉପରେ ଏହାର ଚାପ ପଡ଼ୁଛି। ରାଜ୍ୟର ପ୍ରମୁଖ ସହର ନାଗପୁରର ଏକ ହସ୍ପିଟାଲରେ ଗୋଟିଏ ବିଛଣାରେ ଦୁଇଦୁଇଜଣ କରୋନା ସଂକ୍ରମିତ ଶୋଇଥିବା ନଜରକୁ ଆସିଛି। ନାଗପୁରରେ ଗତ ସୋମବାର ଦିନ ୩୧୦୦ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା ବେଳେ ୫୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସହରରେ ଏବେ ସୁଦ୍ଧା ୨ ଲକ୍ଷ ୨୧ ହଜାର ୯୯୭ ଜଣ ସଂକ୍ରମଣର ଶିକାର ହୋଇଛନ୍ତି।

0m3i8j3o

ନାଗପୁର ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଏହି ଫଟୋ କରୋନା ମହାମାରୀ ସହ ଲଢ଼ୁଥିବା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର କଡା ସତ ସାମ୍ନାକୁ ଆଣିଛି। ଏହି ଘଟଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି, ଘରୋଇ ହସ୍ପିଟାଲ ତୁଳନାରେ ସରକାରୀ ହସ୍ପିଟାଲରେ ଖର୍ଚ୍ଚ କମ ହେଉଥିବାରୁ ଅଧିକ ପରିମାଣରେ ଲୋକେ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଆସୁଛନ୍ତି।

Photo of a Nagpur hospital goes viral as two covid-19 patients crammed on one bed. - महाराष्‍ट्र : नागपुर के अस्‍पताल का फोटो वायरल, एक ही बेड पर हैं कोविड-19 के दो

ଏପଟେ ଡାକ୍ତର ମଧ୍ୟ ଗୁରୁତର ରୋଗୀଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଉଛନ୍ତି। ଫଳରେ ସ୍ଥିତି ଆହୁରି ବିଗିଡି ଯାଇଛି। ପ୍ରଟୋକଲ ଅନୁସାରେ ଗୁରୁତର କରୋନା ରୋଗୀ ଏବଂ ସହର ବାହାରୁ ଆସୁଥିବା ଗମ୍ଭୀର ରୋଗୀଙ୍କୁ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସରକାରୀ ମେଡିକାଲ କଲେଜରେ କାମ ଚାପ ବହୁତ ଅଧିକ ରହିଛି। ହସ୍ପିଟାଲରେ ବେଡ଼ ସଂଖ୍ୟା ବଢାଇବାକୁ ଚେଷ୍ଟା କରାଯାଉଛି। ପରିସ୍ଥିତି ବର୍ତ୍ତମାନ ସାମାନ୍ୟ ରହିଛି ଏବଂ ଗୋଟିଏ ବେଡ଼ରେ ଜଣେ ହିଁ ରୋଗୀ ଅଛନ୍ତି।

ସମ୍ବନ୍ଧିତ ଖବର