ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ନିହତ

ମୁମ୍ବାଇ:  ମଙ୍ଗଳବାର ପୂର୍ବ ମହାରାଷ୍ଟ୍ରର ଗାଡଚିରୋଲି ଜିଲ୍ଲାରେ ପୁଲିସ ସହ ଏନକାଉଣ୍ଟର ବେଳେ ଅତି କମରେ ଚାରିଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପୁଲିସର ସି -୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା, ଯାହାଫଳରେ କମାଣ୍ଡୋ ୟୁନିଟ୍ ଦ୍ୱାରା ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି।

ଘଟଣାସ୍ଥଳରୁ ଚାରି ନକ୍ସଲଙ୍କ ମୃତଦେହ ଉଦ୍ଧାର କରିବା ସହିତ ଗୋଟିଏ ଏକେ-୪୭ କାର୍ବାଇନ୍, ଦୁଇଟି ଘରୋଇ  ପିସ୍ତଲ ଉଦ୍ଧାର ହୋଇଛି। ମୃତ ନକ୍ସଲମାନେ ହେଲେ ଭର୍ଗେଶ, ମଗ୍‌ଟୁ, କୃଷଙ୍ଗରାଜୁ ଏବଂ କୁଦିମେଟା ଭେଙ୍କଟଶ।

 

ସମ୍ବନ୍ଧିତ ଖବର