ଇରାନ୍‌କୁ ନେତାନ୍ୟାହୁଙ୍କ ଧମକ

ଇସ୍ରାଏଲର ଧୈର୍ଯ୍ୟ ପରୀକ୍ଷା କରନାହିଁ

ମୁନିଚ୍‌: ସିରିୟାକୁ ନେଇ ଇରାନ୍‌ ଓ ଇସ୍ର୍ରାଏଲ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନ୍‌ର ଡ୍ରୋନ୍‌୍‌ ଆକ୍ରମଣକୁ ପଣ୍ଡ କରିଥିବା ଇସ୍ରାଏଲ ଏହି ମାମଲାରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଧ୍ୱଂସ ହୋଇଥିବା ଇରାନ୍‌ ଡ୍ରୋନ୍‌ର କିିଛି ଅଂଶକୁ ଗଣମାଧ୍ୟମକୁ ଦେଖାଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଇରାନ୍‌କୁ ଧମକ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି ଇସ୍ରାଏଲ ଉପରେ ବାରମ୍ବାର ଆକ୍ରମଣ କରି ଇରାନ୍‌ ଧୈର୍ଯ୍ୟ ପରୀକ୍ଷା କରୁଛି। ଡ୍ରୋନ୍‌ ଭଳି ଇରାନ୍‌ ମଧ୍ୟ ଇସ୍ରାଏଲ ସେନାଙ୍କ ଦ୍ୱାରା ଧ୍ୱଂସ ହୋଇଯିବ। ସିରିୟା ବିବାଦକୁ ନେଇ ଇରାନ୍‌ ଗତ ୧୦ ତାରିଖରେ ଇସ୍ରାଏଲ ଉପରକୁ ଡ୍ରୋନ୍‌ ଆକ୍ରମଣ କରିଥିଲା ଏବଂ ଇସ୍ରାଏଲ ସେନା ବିଧ୍ୱଂସୀ ଟ୍ୟାଙ୍କ ଯୋଗେ ଏହାକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲା। ଯାହାର ପ୍ରତିଶୋଧ ନେଇ ଇସ୍ରାଏଲର ଏଫ୍‌-୧୬ ଯୁଦ୍ଧ ବିମାନକୁ ଇରାନ୍‌ ଧ୍ୱଂସ କରିଦେଇଥିଲା। ଯାହାକି ୧୯୮୨ ମସିହାପରେ ଇସ୍ରାଏଲର ସବୁଠୁ ବଡ଼ ପ୍ରତିରକ୍ଷା କ୍ଷତି। ଉଲ୍ଲେଖଯୋଗ୍ୟ, ୨୦୧୧ ମସିହାରୁ ସିରିୟାରେ ଗୃହଯୁଦ୍ଧ ସଂଘଟିତ ହେବା ପରଠାରୁ ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର