୨୦ରୁ ନୂଆ ପରିସରରେ କାର୍ଯ୍ୟାରମ୍ଭ କରିବ ହାଇଦ୍ରାବାଦସ୍ଥିତ ଆମେରିକୀୟ କନସୁଲେଟ

ହାଇଦ୍ରାବାଦ : ଆସନ୍ତା ମାର୍ଚ୍ଚ ୨୦ରେ ହାଇଦ୍ରାବାଦସ୍ଥିତ ଆମେରିକୀୟ କନସୁଲେଟ କାର୍ଯ୍ୟାଳୟ ନିଜର ନୂଆ ପରିସରରେ କାର୍ଯ୍ୟାରମ୍ଭ କରିବ।  ହାଇଦ୍ରାବାଦର ନାନକରାମଗୁଡାସ୍ଥିତ ଫାଇନାନ୍ସିଆଲ ଡିଷ୍ଟ୍ରିକ୍ଟର ଲେନ ନଂ ୧୧୫/୧ ରେ ଥିବା ନୂଆ କନସୁଲେଟ କୋଠାକୁ ପ୍ରାୟ ୩୪୦ ନିୟୁତ ଡଲାର ବ୍ୟୟରେ ନିର୍ମାଣ କରାଯାଇଛି ।

ଆସନ୍ତା ୧୫ ତାରିଖ ମଧ୍ୟାହ୍ନ ୧୨ଟାଠାରୁ ପାଇଗା ପ୍ୟାଲେସଠାରେ ଥିବା ବର୍ତ୍ତମାନର କନସୁଲେଟ କାର୍ଯ୍ୟାଳୟରେ କାର୍ଯ୍ୟ ବନ୍ଦ ହୋଇଯିବ । ଫଳରେ ମାର୍ଚ୍ଚ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ କନସୁଲେଟ ବନ୍ଦ ରହିବ ବୋଲି ଆମେରିକୀୟ କନସୁଲେଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ନୂତନ ପରିସରକୁ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ।

ତେବେ ଯେଉଁ ଆମେରିକୀୟ ନାଗରିକମାନେ ଏହି ସମୟରେ ଜରୁରୀକାଳୀନ ସେବା ଆବଶ୍ୟକ କରିବେ, ସେମାନଙ୍କ ପାଇଁ କନସୁଲେଟ ପକ୍ଷରୁ ସ୍ବତନ୍ତ୍ର ଟେଲିଫେନ ନମ୍ବର ଓ ଇମେଲର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଥିବା ଭିସା ଆବେଦନ ସଂପର୍କିତ ସ୍ଥିରୀକୃତ ସାକ୍ଷାତକାର ପୁରୁଣା କନସୁଲେଟ ଅଫିସରେ ହେବ । ତେବେ ମାର୍ଚ୍ଚ ୨୩ ପରେ ଯେଉଁ ଭିସା ସାକ୍ଷାତକାର ହେବ ତାହା କନସୁଲେଟର ନୂଆ କୋଠାରେ କରାଯିବ।

ସମ୍ବନ୍ଧିତ ଖବର