ଆଉଏକ ସୌରଜଗତର ସନ୍ଧାନ ମିଳିଲା

ନାସାର କେପ୍‌ଲର ମିସନ୍‌କୁ ବଡ଼ ସଫଳତା

ଓ୍ଵାସିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ(ନାସା)ର କେପ୍‌ଲର ମିସନ୍‌କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀଠାରୁ ୨ ହଜାର ୫୪୫ ଆଲୋକବର୍ଷ ଦୂରତାରେ ଆଉ ଏକ ସୌରଜଗତର ସନ୍ଧାନ ମିଳିଛି ଏହି ସୌରଜଗତରେ ୮ଟି ଗ୍ରହ ରହିଛି। ଆମ ସୌରଜଗତର ଆକାର, ପ୍ରକାର ଓ ବିଭେଦତା ସହ ଏହାର ଅନେକ ସାମଞ୍ଜସ୍ୟ ରହିଥିବା ମହାକାଶ ବୈଜ୍ଞାନିକ ଆଂଡ୍ରିୟୁ ଓ୍ଵାନ୍ଦରବର୍ଗ କହିଛନ୍ତି। ଗତ ଜୁଲାଇ ମାସରେ ଏହି ମିସନ ଜରିଆରେ ଆବିଷ୍କାର ହୋଇଥିବା ପୃଥିବୀ ପରି ଏକ ଗ୍ରହ କେପ୍‌ଲର-୯୦-ଆଇ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ଗବେଷଣା ସମୟରେ ଏହି ନୂତନ ସୌରଜଗତର ସନ୍ଧାନ ମଳିଛି । ଏହି ସୌରଜଗତର ସୂର୍ଯ୍ୟଙ୍କ ନାମ କେପ୍‌ଲର-୯୦ ରଖାଯାଇଛି।

ନାସାର ଏକ ପତ୍ରିକାକୁ ସୂଚନା ଦେଇ ବୈଜ୍ଞାନିକ କହିଛନ୍ତି ଯେ, ପୃଥିବୀ ଭଳି ଅନୁରୂପ ସୌରଜଗତର ସନ୍ଧାନ ପ୍ରଥମଥର ପାଇଁ ହୋଇଛି। ନାସା ନିର୍ଦ୍ଦେଶକ ପାଉଲ ହର୍ଜ କହିଛନ୍ତି ଏହି କେପ୍‌ଲର ମିସନ ପ୍ରମାଣ କରିଦେଇଛି ଯେ କେପଲର-୯୦ ସୂର୍ଯ୍ୟ ସବୁଠୁ ଭିନ୍ନ। ଠିକ୍‌ ଆମ ସୌର ଜଗତ ଭଳି ଦୁଇଟି ଛୋଟ ଗ୍ରହ କେପଲର ବି ଓ ସି ଯଥାକ୍ରମେ ସପ୍ତମ ଓ ନବମ ଦିନରେ ସେମାନଙ୍କ ସୂର୍ଯ୍ୟ କେପଲର ୯୦କୁ ପରିକ୍ରମା କରୁଥିବା ବେଳେ କେପଲର ଡ଼ି, ଇ,ଏବଂ ଏଫ୍‌ ଯଥାକ୍ରମେ ୬୦,୯୨ ଓ ୧୨୫ ଦିନରେ ତାଙ୍କ କକ୍ଷ ପଥରେ ପରିକ୍ରମା କରୁଛନ୍ତି। ଶେଷ ଦୁଇ ଗ୍ରହ କେପଲର ଜି ଏବଂ ଏଚ୍‌ ଯଥାକ୍ରମେ ୨୨୧ ଓ ୩୩୨ ଦିନରେ ପରିକ୍ରମା ଶେଷ କରୁଥିବା ଜଣାପଡ଼ିଛି। ଏହି ସାମଞ୍ଜସ୍ୟ କେବଳ ଏତିକିରେ ଶେଷ ହୋଇନାହିଁ। ଆମ ସୌରଜଗତର ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ଭଳି ୪ଟି ପଥର, ପାହାଡ଼ ବହୁଳ ଗ୍ରହ ପରି ଏଠାରେ ମଧ୍ୟ ୪ ଟି ଗ୍ରହରେ ପଥରର ପରିମାଣ ଅଧିକ ରହିଛି।

ସମ୍ବନ୍ଧିତ ଖବର