ନେପାଳର ନୂଆ ମାନଚିତ୍ର ଭାରତ ସହ ସମ୍ପର୍କକୁ ତିକ୍ତ କରିବ

ନୂଆଦିଲ୍ଲୀ : ପୁରୁଣା ସୀମାରେଖାରୁ ସମ୍ପ୍ରସାରଣ କରି ନିଜର ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ କରିବା ଯୋଜନାରେ ଥିିବା ନେପାଳ ସରକାର ଏଥିପାଇଁ ଦେଶବାସୀଙ୍କ ସାମୟିକ ସହଯୋଗ ଲାଭ କରିପାରନ୍ତି, ମାତ୍ର ଖାସ୍‌ ଏଥିଯୋଗୁ ହିଁ ପଡୋ଼ଶୀ ମିତ୍ରରାଷ୍ଟ୍ର ଭାରତ ସହ ଏହାର ସମ୍ପର୍କ ଅତିବ ପାଣିଚିଆ ହେବାଟା ଥୟ ବୋଲି ଜଣାଯାଇଛିା ନେପାଳ ମାନଚ୍ଚିତ୍ରକୁ ନୂତନ ରୂପରେଖ ଦେବାକୁ ଆଗଭର ଥିବା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ଏଥିପାଇଁ ମଙ୍ଗଳବାର ଦେଶର ଲୋୟର ହାଉସ୍‌ରେ ଏକ ସମ୍ବିଧାନ ସଂଶୋଧନ ବିଲ୍ ଉତ୍‌ଥାପନ କରିବା ପରେ ଏଭଳିି ଆଶଙ୍କା ସୃଷ୍ଟି ହୋଇଛିା

ଓଲି କ୍ୟାବିନେଟ ଦ୍ବାରା ପାରିତ ଦେଶର ଏହି ପ୍ରସ୍ତାବିତ ନୂତନ ମାନଚ୍ଚିତ୍ରରେ ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ପିଆଧୁରା ଆଦି ଅ‌ଳ ଅନ୍ତର୍ଭୁକ୍ତ ହୋଇଛିା ଗତ ମାସ ୧୮ ତାରିଖରେ ନେପାଳ କ୍ୟାବିନେଟ୍ ଦ୍ବାରା ଏହା ଗୃହୀତ ହେବା ପରେ ଏପରି ଦୁଃସାହସିକ ପଦକ୍ଷେପରୁ ନିବୃତ୍ତ ରହିବା ପାଇଁ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଜଣାଇ ଦିଆଯାଇଥିଲା ା ନିଜର ସୀମା ଦାବିକୁ ଏପରି ଅଯୌକ୍ତିକ କୃତ୍ରିମ ମାନଚ୍ଚିତ୍ର ଦ୍ବାରା ପୂରଣ କରିବାର ଜିଜ୍ଞାସା ପରିହାର କରିବାକୁ କାଠମାଣ୍ତୁକୁ ନୂଆଦିଲ୍ଲୀ ପ୍ରଶାସନ ସତର୍କ କରାଇ ଦେଇଥିଲା। ସୂଚନା ଥାଉ କି, ଗତବର୍ଷ ମୋଦୀ ସରକାର ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅ‌ଳରେ ପରିଣତ କରିବା ପରେ ପ୍ରତିପକ୍ଷ ଓଲି ଏ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତିା ଲିପୁଲେଖ, କଳାପାଣି ଓ ଲିମ୍ପିଆଧୁରା ଆଦି ଅ‌ଳ ପୂର୍ବପରି ଭାରତର ଉତ୍ତରାଖଣ୍ତ ମାନଚ୍ଚିତ୍ରରେ ରହିଥିବା ବେଳେ ନେପାଳ ଏହାକୁ ନିଜର ବୋଲି ଜଣାଇବାକୁ ଚେଷ୍ଟା କରୁଛିା ସେହିପରି ନେପାଳର ଏହି ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ କୂଟନୈତିକ ଆଲୋଚନା ବି ହୋଇପାରିନାହିାଁ

ସମ୍ବନ୍ଧିତ ଖବର