ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରର ତରିକା ବଦଳାଇବ ଆମ ଆଦମୀ ପାର୍ଟି | ସଭାସମିତି, ରୋଡ଼ ସୋ, ରାଲି ନୁହେଁ ଏଣିକି ନୂଆ ଢଙ୍ଗରେ ନିର୍ବାଚନ ପାଇଁ ପ୍ରଚାର କରାଯିବ | ଦିଲ୍ଲୀରେ ହେବାକୁ ଥିବା ଏମସିଡ଼ି ନିର୍ବାଚନରେ(ମହାନଗର ନିଗମ ନିର୍ବାଚନ) ଏହି ଫଣ୍ଡା ଆପଣାଇବାକୁ ଯାଉଛି ଆପ | ଆମ୍ ଆଦମୀ ପାର୍ଟି ନଭେମ୍ବର ୨୩ଠାରୁ ଏମସିଡ଼ି ନିର୍ବାଚନ ପ୍ରଚାରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛି। ଆଉ ଏହି ନିର୍ବାଚନ ପ୍ରଚାର ଏକଦମ ନୂଆ ଢଙ୍ଗରେ ହେବ ବୋଲି ଆପ ପକ୍ଷରୁ କୁହାଯାଇଛି |
ଏଣିକି ଆପର ନିର୍ବାଚନ ପ୍ରଚାରରେ ଗଣତନ୍ତ୍ର ପାଇଁ ନୃତ୍ୟ, ଗୀଟାର ସୋ, ମ୍ୟାଜିକ ସୋ, ନାଟକ ପ୍ରମୁଖ ସାମିଲ କରାଯିବ | ଏଭଳି ନୂଆ ଢଙ୍ଗର ପ୍ରଚାର ମାଧ୍ୟମରେ ଆପ ନିର୍ବାଚନ ପ୍ରଚାରକୁ ତୀବ୍ର କରିବ | ଏହି ଅଭିଯାନ ଡିସେମ୍ବର ୨ ପର୍ଯ୍ୟନ୍ତ ଜାରି ରହିବ | ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ନଭେମ୍ବର ୨୩ ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ୱାର୍ଡର ବିଭିନ୍ନ ଛକରେ ଭିନ୍ନ ଢଙ୍ଗର ସଭା ଆୟୋଜନ କରାଯିବ।
कल से AAP के सभी स्टार प्रचारक-MLAs नुक्कड़ सभाएं करेंगे।
2 दिसंबर तक 1000 नुक्कड़ सभाएं की जाएंगी।
🔹Dance For Democracy
🔹नुक्कड़ नाटक
🔹Guitar Shows
🔹Magic Shows से लोगों तक 'केजरीवाल की सरकार, केजरीवाल का पार्षद' का संदेश पहुंचाया जाएगा-@AapKaGopalRai #MCDMeinBhiKejriwal pic.twitter.com/eWUrIqnN4y
— AAP (@AamAadmiParty) November 22, 2022
ଯେଉଁଥିରେ ଦଳର ସମସ୍ତ ଷ୍ଟାର ପ୍ରଚାରକ ଏବଂ ବିଧାୟକ ଅଂଶଗ୍ରହଣ କରିବେ। ସେ କହିଛନ୍ତି ଯେ ନିର୍ବାଚନ ପ୍ରଚାରରେ ଗଣତନ୍ତ୍ର ପାଇଁ ନୃତ୍ୟ, ଗୀଟାର ସୋ, ମ୍ୟାଜିକ ସୋ, ନାଟକ ପ୍ରମୁଖ ସାମିଲ କରାଯିବ | ଆପକୁ କାହିଁକି ଭୋଟ ଦେବା ଉଚିତ ତାହା ନାଟକ ମାଧ୍ୟମରେ ପ୍ରଦର୍ଶିତ ହେବ | ସେହିପରି ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ମ୍ୟାଜିକ ସୋ, ଗୀଟାର ସୋ ମଧ୍ୟ କରାଯିବ |