ଦୁଷ୍କର୍ମ ଶିକାର ହେବା ପରେ ଅଧ ରାତିରେ ସାହାଯ୍ୟ ଭିକ୍ଷା କରୁଥିଲେ ଦୁଷ୍କର୍ମ ପୀଡ଼ିତା,ସାହାଯ୍ୟ କରିବା ପରିବର୍ତ୍ତେ ଏଭଳି ବ୍ୟବହାର କରିଥିଲେ ଲୋକେ, ଭାଇରାଲ ହେଲା ଭିଡିିଓ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଭିଡ଼ିଓ ଏବେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି । ଦୁଷ୍କର୍ମ ଭଳି ଅପରାଧର ଶିକାର ହେବା ପରେ ପୀଡ଼ିତା ନିଜର ସାହାଯ୍ୟ ପାଇଁ ରାସ୍ତାରେ ଥିବା ଲୋକମାନଙ୍କୁ ଗୁହାରି କରିଥିଲେ । କିନ୍ତୁ ସାହାଯ୍ୟ କରିବା ପରିବର୍ତ୍ତେ ଲୋକମାନେ ପୀଡ଼ିତାଙ୍କୁ ବିଭିନ୍ନ ପ୍ରକାରର କଥା କହିଥିଲେ । କିଏ ଲୋକ ମଦ ପିଇ ଏମିତି ହେଉଥିବା କହୁଥିବା ବେଳେ କିଛି ଲୋକ ଦେହଜୀବୀ ବୋଲି କହିଥିଲେ । କିଛି ମହିଳା ପୀଡ଼ିତାଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଥିବା ବେଳେ ପରେ ସେମାନେ ସାହାଯ୍ୟ ନ କରି ଚାଲି ଯାଉଥିବା ଦେଖାଯାଇଥିଲା ।

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଲେବାନନରେ । ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଯେତେବେଳେ ସାହାଯ୍ୟ ଭିକ୍ଷା କରେ ସେତେବେଳେ ଲୋକମାନେ ତା’ ସହ କିପରି ବ୍ୟବହାର କରନ୍ତି,ତାହା ଦେଖାଇବା ପାଇଁ ଆବାଦ୍‌ ନାମକ ଏକ ଏନ୍‌ଜିଓ ତରଫରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । କାହାକୁ ଲାଜ ଲାଗିବା ଦରକାର? ପ୍ରଶ୍ନ ପଚାରି ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିବା ବେଳେ ଏହାକୁ ଅନେକ ଲୋକ ଦେଖି ସାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର