ପୁରୀ: ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମା ଯାଞ୍ଚ କଲେ ୫ ଜଣିଆ କମିଟି

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ପରସିରରେ ପ୍ରତିଷ୍ଠିତ ମା’ ମହାଲକ୍ଷ୍ମୀଙ୍କ ପ୍ରତିମା ଗୁରୁବାର ଯାଞ୍ଚ ହୋଇଛି। ଏହି ପ୍ରତିମାକୁ ଏକ ୫ ଜଣିଆ କମିଟି ଯାଞ୍ଚ କରିଛନ୍ତି। କମିଟି ଦ୍ୱାରା ଯାଞ୍ଚ କରାଯାଇଥିବା ରିପୋର୍ଟ ଦାଖଲ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। ଯାଞ୍ଚ କମିଟିର ସୂଚନା ଅନୁସାରେ, ଆବଶ୍ୟକ ହେଲେ ନୂତନ ପ୍ରତିମା ପ୍ରତିଷ୍ଠା କରାଯିବ।

ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ମହାପ୍ରସାଦ ଦର ନିର୍ଦ୍ଧାରଣ କରିବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ପ୍ରଶାସନ ଆଗାମୀ ଡିସେମ୍ବର ୨ରେ ଗୋଠ ଭୋଗ, ରନ୍ଧନ କାର୍ଯ୍ୟ ପାଇଁ ସମସ୍ତ ଦ୍ରବ୍ୟ ଯୋଗାଇବାକୁ ଅଣ୍ଟା ଭିଡିଛି। ମହାପ୍ରସାଦର ଦର କେତେ ରହିବ ତାହା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର