ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କଲା ଏନଆଇଏ

ନୂଆଦିଲ୍ଲୀ: କଶ୍ମୀରରେ ସାଧାରଣ ନାଗରିକ ହତ୍ୟା ବଢ଼ିବା ପପରେ ଏବେ ସକ୍ରିୟ ହୋଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)। ଏହାକୁ କମାଇବା ପାଇଁ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଏନଆଇଏ। ଆଜି କଶ୍ମୀରର ୧୬ଟି ସ୍ଥାନରେ ଏନଆଇଏ ଚଢ଼ାଉ କରିଥିବା ଜଣାପଡ଼ିଛି। ଆତଙ୍କବାଦୀ ଆକ୍ରମଣ ସହ ପ୍ରବେଶକୁ ରୋକିବା ପାଇଁ ଏନଆଇ କେନ୍ଦ୍ରୀୟ କାଶ୍ମୀରର ଏକାଧିକ ସ୍ଥାନକୁ ଏବେ ଟାର୍ଗେଟ କରୁଛି। ଲସ୍କର-ଇ-ତୋଇବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଅଲ ବଦର ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ଜଡିତ ଆତଙ୍କବାଦୀକୁ ଏନଆଇଏ ଟାର୍ଗେଟ କରୁଥିବା ଜଣାପଡ଼ିଛି।

ଆଜି ଜମ୍ମୁ-କଶ୍ମୀର ଶୋପିୟାଁରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ଏହାର ପ୍ରତିଶୋଧ ନବାକୁ ଯାଇ ସେନା ଆଜି ୩ଜଣ ଆତଙ୍କବାଦୀକୁ ନିହତ କରିଛି।

 

ସମ୍ବନ୍ଧିତ ଖବର