ପ୍ରାର୍ଥୀ ଜଣେ, ପରୀକ୍ଷା ଦେଉଥିଲେ ଅାଉ ଜଣେ ! ସେନା ଚାକିରି ଲାଗି ପରୀକ୍ଷାରେ ଜାଲିଆତି କରି ଗିରଫ ହେଲେ ୯ ମୁନ୍ନା ଭାଇ !

ନୂଆଦିଲ୍ଲୀ : ଦିଲ୍ଲୀରେ ସେନାରେ ଭର୍ତ୍ତି ହେବା ପାଇଁ  ହୋଇଥିବା ଶାରୀରିକ ପରୀକ୍ଷାରେ ଠକାମି କରି ୯ଜଣ ଗିରଫ ହୋଇଥିବା ଜଣା ପଡ଼ିଛି । ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ଅର୍ଡିନାନ୍ସ ଡ଼ିପୋରେ ଏହି ପରୀକ୍ଷା ଚାଲୁଥିବା ବେଳେ ୯ଜଣ ଯୁବକ  ମିଛ ପରିଚୟ ଦେଇ ଶାରୀରିକ ପରୀକ୍ଷା ଦେଇଥିଲେ । ପରେ ଏ ବିଷୟରେ ଜଣା ପଡ଼ିବା ପରେ ୯ଜଣଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଜୁଲାଇ ୨୪ ସକାଳ ୭ଟା ସମୟରେ ଦିଲ୍ଲୀ କ୍ୟାଣ୍ଟୋନମେଣ୍ଟ ପଡ଼ିଆରେ ଟ୍ରେଡ଼୍ସମ୍ୟାନ୍‌ ପଦ ପାଇଁ ପ୍ରାର୍ଥୀ ମାନଙ୍କର ଶାରୀରିକ ପରୀକ୍ଷା ଆରମ୍ଭ କରାଯାଇଥିଲା । ଯେଉଁଥିରେ ଗିରଫ ହୋଇଥିବା ୯ଜଣଙ୍କର ମଧ୍ୟ ଶାରୀରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଆସିଥିବା ସବୁ ପ୍ରାର୍ଥୀଙ୍କ ବିଷୟରେ ଭଲ ଭାବରେ ଯାଞ୍ଚ କରିବା ପାଇଁ ସେନା ଅଧିକାରୀ ସେମାନଙ୍କ ସହ ଜଡ଼ିତ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ଆରମ୍ଭ କରିଥିଲେ । ଭଲ ଭାବରେ ଯାଞ୍ଚ କରିବା ପରେ ୯ଜଣ ଅଭିଯୁକ୍ତଙ୍କର  ହସ୍ତାକ୍ଷର ଏବଂ ମୁହଁ  ଅସଲ ପ୍ରାର୍ଥୀଙ୍କ ସହ ମିଶି ନଥିଲା ।

http://zeenews.india.com

ଯାହା ପରେ ସେମାନଙ୍କୁ ଡ଼କାଯାଇ ଏ ବିଷୟରେ ପଚାଯାଇଥିଲା । କିଛି ସମୟ ପଚାରଉଚରା କରିବା ପରେ ସେମାନେ ପ୍ରକୃତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ ବୋଲି ସ୍ୱୀକାର କରିଥିଲେ । ଏ ବିଷୟରେ ଜାଣିବା ପରେ ସେନା ଅଧିକାରୀ ଦିଲ୍ଲୀ ପୁଲିସକୁ ଖବର ଦେବା ସହ ବୁଧବାର ସେମାନଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ ହୋଇଥିବା ୯ଜଣଙ୍କ ମଧ୍ୟରୁ ୭ଜଣ ଫିରୋଜାବାଦ୍‌ର ହୋଇଥିବା ବେଳେ ଜଣେ ହରିୟାଣା ଏବଂ ଜଣେ ଆଗ୍ରାର ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର