ପରିବାର ରାଜନୀତି ଚଳିବ ନାହିଁ : ମୋଦୀଙ୍କ ଝିଆରୀଙ୍କୁ ନିର୍ବାଚନରେ ଲଢ଼ିବାକୁ ଟିକେଟ ଦେଲା ନାହିଁ ବିଜେପି

ଗାନ୍ଧିନଗର: ନା ପରିବାରବାଦ ରାଜନୀତିକୁ ସମର୍ଥନ କରିବେ ନା ପରିବାରକୁ ଗୁରୁତ୍ୱର କେହି ଆରୋପ ଲଗାଇବେ | ବୋଧେ ଏଥିପାଇଁ ଗୁଜୁରାଟ ବିଜେପି ଏବେ ଏମିତି ଏକ ପଦକ୍ଷେପ ନେଇଛି, ଯାହାକି ଚର୍ଚ୍ଚାର ଖୋରାକ ଯୋଗାଇଛି | ପ୍ରକୃତରେ ଗୁଜୁରାଟର ଅହମ୍ମଦାବାଦରେ ହେବାକୁ ଥିବା ନଗର ନିଗମ ନିର୍ବାଚନ ପାଇଁ ଆଶାୟୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ତଥା ସାନ ଭାଇ ପ୍ରହ୍ଲାଦ ମୋଦୀଙ୍କ ଝିଅ ସୋନାଲ ମୋଦୀ |

ସୋନାଲ ଅହମ୍ମଦାବାଦ ନଗର ନିଗମ ନିର୍ବାଚନରେ କାଉନସିଲର ଭାବେ ଛିଡା ହେବାକୁ ଆବେଦନ କରିଥିଲେ ବି ଦଳ ପକ୍ଷରୁ ଏହାକୁ ସ୍ୱୀକାର କରାଯାଇନାହିଁ | ଯେହେତୁ ସିଏ ମୋଦୀଙ୍କ ଝିଆରୀ ତାଙ୍କୁ ସେଥିପାଇଁ ଟିକଟ ଦିଆଯାଇନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି | ରାଜନୈତିକ ସମୀକ୍ଷକଙ୍କ କହିବା ମୁତାବକ ମୋଦୀଙ୍କ ଝିଆରୀକୁ ନିର୍ବାଚନ ଲଢିବାକୁ ଟିକେଟ ଦେଲେ କାଳେ ବିରୋଧୀ ମୋଦୀଙ୍କ ବିରୋଧରେ ପରିବାରବାଦର ଆରୋପ ଲଗାଇବେ ସେଥିପାଇଁ ଟିକେଟ ଦିଆଯାଇନାହିଁ |

ମୋଦୀ ଯେଭଳି ଅନ୍ୟ ବିରୋଧୀ ଦଳଙ୍କୁ ପରିବାରବାଦ ନେଇ ଟାର୍ଗେଟ କରୁଛନ୍ତି, କାଳେ ଟିକେଟ ଦେଲେ ବିରୋଧୀ ପାଲଟା ଆକ୍ରମଣ କରିବେ, ସେହି ଦୃଷ୍ଟିରୁ ଟିକେଟ ଦିଆଯାଇନାହିଁ | ପ୍ରହ୍ଲାଦ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ହୋଇଥିବାବେଳେ ତାଙ୍କ ଝିଅ ସୋନାଲ ମୋଦୀ(୩୮) ପୂର୍ବରୁ ବିଜେପିର ଜଣେ କର୍ମୀ ଥିଲେ | ବିବାହ ପରେ କିଛି ବର୍ଷ ପାଇଁ ରାଜନୀତିରୁ ସନ୍ୟାସ ନେବା ପରେ ଅହମ୍ମଦାବାଦ ନଗରପାଳିକା ନିର୍ବାଚନ ପାଇଁ ବୋଡାକଦେବ ୱାର୍ଡରୁ କାଉନସିଲର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ | ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାବେଳେ ତାଙ୍କୁ ଟିକଟ ଦିଆଯାଇନାହିଁ |

ସମ୍ବନ୍ଧିତ ଖବର