୬୯ ଦିନ ପରେ ଖୋଲିଲା ଶାହୀନବାଗରେ ‘ସିଏଏ ବିରୋଧୀ’ ପ୍ରତିବାଦ ଯୋଗୁଁ ବନ୍ଦ ଥିବା ନଇଡ଼ା-ଫରିଦାବାଦ ରାସ୍ତା

ନୂଆଦିଲ୍ଲୀ: ନଇଡ଼ାକୁ ଦିଲ୍ଲୀର କାଳିନ୍ଦୀକୁଞ୍ଜକୁ ସଂଯୋଗ କରୁଥିବା ନଇଡ଼ା-ଫରିଦାବାଦ ରାସ୍ତାକୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଖୋଲିଛି।

ଶାହୀନବାଗରେ ଚାଲିଥିବା ପ୍ରତିବାଦ ଯୋଗୁଁ ୬୯ ଦିନ ହେବ ଏହି ରାସ୍ତା ଅବରୋଧ ହୋଇ ରହିଥିଲା। ପ୍ରତିବାଦଜନିତ ଭିଡ଼ ହ୍ରାସ କରାଇବାକୁ ଉତ୍ତର ପ୍ରଦେଶ ପୁଲିସ ପୁଣି ଏହି ରାସ୍ତା ଖୋଲିଥିବା ଜଣାପଡ଼ିଛି। ନଇଡ଼ାର ମହାମାୟା ଫ୍ଲାଇଓଭର୍‌ରୁ ପଡ଼ିଥିବା ଏହି ରାସ୍ତା ଦିଲ୍ଲୀ ଏବଂ ଫରିଦାବାଦକୁ ସଂଯୋଗ କରୁଛି ବୋଲି ଉତ୍ତରପ୍ରଦେଶ ପୁଲିସ କହିଛି। କିନ୍ତୁ, ନଇଡ଼ା ସହ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତ ବନ୍ଦ ଥିବା କଥା ଜଣାପଡ଼ିଛି।

Image Source: India Today

‘ସିଏଏ’ ବିରୋଧରେ ପ୍ରତିବାଦ ଚାଲିଥିବାରୁ ଦକ୍ଷିଣପୂର୍ବ ଦିଲ୍ଲୀର ଶାହୀନବାଗ-କାଳିନ୍ଦୀକୁଞ୍ଜ ରାସ୍ତାକୁ ଦୁଇ ମାସରୁ ଅଧିକ ସମୟ ହେବ ଅବରୋଧ କରାଯାଇଛି। ଦୁଇ କିଲୋମିଟର ଦୀର୍ଘ ଏହି ରାସ୍ତାରେ ବ୍ୟାବସାୟିକ କେନ୍ଦ୍ର ଏବଂ ରେସ୍ତୋଁରା ଆଦି ରହିଛି।

ଆଜି ରାସ୍ତା ଖୋଲାଯିବାର ସମ୍ଭାବନା ଥିବା କଥା ଗତକାଲି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଇଣ୍ଟର୍‌ଲକ୍ୟୁଟର୍‌ ସୂଚନା ଦେଇଥିଲେ।

ହସ୍ତଗତ ହୋଇଥିବା ସଦ୍ୟତମ ସୂଚନା ଅନୁସାରେ ଏହି ରାସ୍ତା ଖୋଲିବାର ଅଳ୍ପ ସମୟ ପରେ ପୁଣି ବନ୍ଦ ହୋଇଯାଇଛି। ସେ ରାସ୍ତାରେ ଏକ ବସ୍‌ ଯିବାକୁ ଥିବାରୁ କିଛି ସମୟ ପାଇଁ ବେରିକେଡ୍‌ ହଟାଯାଇଥିଲା ବୋଲି ପୁଲିସ କହିଛି। ସେ ବସ୍‌ଟି ଚାଲିଯିବା ପରେ ପୁଣି ବେରିକେଡ୍‌ ବସାଯାଇଛି।

ସମ୍ବନ୍ଧିତ ଖବର