ହସ୍ପିଟାଲରେ ଭର୍ତ୍ତି ହେଲେ ନୁସରତ ଜହାଁ; ଖୁବ ଶୀଘ୍ର ହେବାକୁ ଯାଉଛନ୍ତି ମା’

ନୂଆଦିଲ୍ଲୀ: ବଙ୍ଗାଳୀ ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ ଅନ୍ତସତ୍ତ୍ବା ଅଛନ୍ତି। ସେ ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ନୁସରତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗୁରୁବାର ଅର୍ଥାତ ଅଗଷ୍ଟ ୨୬ ତାରିଖରେ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇ ପାରନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ନୁସରତଙ୍କ ଡେଲିଭରି ସମୟ ଅଗଷ୍ଟ ଶେଷ ନଚେତ ସେପ୍ଟେମ୍ବର ପ୍ରଥମ ସପ୍ତାହ ରହିଥିଲା। ଏହି ତଥ୍ୟ ଅନୁସାରେ ନୁସରତଙ୍କ ଆସନ୍ତାକାଲି ଡେଲିଭରି ହୋଇପାରେ ବୋଲି କୁହାଯାଉଛି।

नुसरत जहां

ନୁସରତଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଗତ କିଛି ଦିନ ହେବ ତାଙ୍କ ବୈବାହିକ ଜୀବନକୁ ନେଇ ସମସ୍ୟା ଦେଖା ଦେଇଛି। ନୁସରତ ନିଖିଲ ଜୈନଙ୍କୁ ୨୦୧୯ରେ ବିବାହ କରିଥିଲେ। ବିବାହର କିଛିଦିନ ମଧ୍ୟରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୨୧ରେ ନୁସରତ ଓ ନିଖିଲ ଅଲଗା ଅଲଗା ରହିବାକୁ ଲାଗିଥିଲେ। ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ବିବାଦ ସୃଷ୍ଟି ହୋଇଥିବା ବି ଖବର ଆସିଥିଲା।

ସମ୍ବନ୍ଧିତ ଖବର