ଦିଲ୍ଲୀ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଆ ସାମିଲ ହେଲା

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ‌ରେ ଓଡ଼ିଆ ଭାଷାକୁ ସାମିଲ କରାଯାଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମରେ ଓଡ଼ିଆ, ନେପାଳୀ, ଅହମିୟା, ତାମିଲ୍, ମାଲାୟାଲମ ଓ ମରାଠୀ ଭାଷାକୁ ଏକାଡେମିକ୍ ସବଜେକ୍ଟ ତାଲିକାରୁ ବାଦ୍ ଦେଇ ଅନ୍ୟ ସବୁ ଭାଷାଗୁଡ଼ିକୁ ସାମିଲ କରାଯାଇଥିଲା। ତେବେ ଏଥର ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକାଡେମିକ୍ କାଉନ୍‌ସିଲ୍‌ ଦ୍ବାରା ନିୟମକୁ ପରିବର୍ତ୍ତନ କରାଯାଇ ସମ୍ବିଧାନର ଅଷ୍ଟମ ସୂଚୀ ଅନ୍ତର୍ଗତ ୨୨ଟି ଭାରତୀୟ ଭାଷାକୁ ଏକାଡେମିକ୍ ସବଜେକ୍ଟ୍‌ ତାଲିକାରେ ସାମିଲ କରାଯାଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସୁଥିବା ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଦ୍ବାଦଶ ଶ୍ରେଣୀରେ ମଡର୍ଣ୍ଣ ଇଣ୍ଡିଆନ ଲାଙ୍ଗୁଏଜ୍‌ (M.I.L)ରେ ହାସଲ କରୁଥିବା ମାର୍କରୁ ୨.୫ ପ୍ରତିଶତକୁ ହ୍ରାସ କରି ନିଆଯାଉଥିଲା। ସଂଶୋଧୀତ ନିୟମ ରାଜ୍ୟ ବୋର୍ଡର ଛାତ୍ରଛାତ୍ରୀ ମାନଙ୍କୁ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର