ସଂସଦରେ ଉଠିବ ଓଡ଼ିଶା ପ୍ରସଙ୍ଗ

ନୂଆଦିଲ୍ଲୀ : ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳଭାବେ ବିକଶିତ କରିବା ତାଲିକାରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନଥିବାରୁ ଏନେଇ ବିଜେଡି ପକ୍ଷରୁ କ୍ଷୋଭ ପ୍ରକାଶ କାରଯାଇଛି। ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏହାକୁ ଅତ୍ୟନ୍ତ ଦୂର୍ଭାଗ୍ୟଜନକ ବୋଲି କହିଛନ୍ତି। ପିନାକୀ ମିଶ୍ରଙ୍କ କହିବା ଅନୁଯାୟୀ ବିଜେପି ତାର ନିର୍ବାଚନ ଘୋଷଣାପତ୍ରରେ ପୁରୀକୁ ସାଂସ୍କୃତିକ ରାଜଧାନୀ ବୋଲି ଉଲ୍ଲେଖ କରିଥିବା ବେଳେ ପୁରୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ସାମିଲ କରିନଥିବା ଆଶ୍ଚର୍ଯ୍ୟ ଲାଗୁଛି। ଓଡ଼ିଶାର କୋଣାର୍କ ମନ୍ଦିର, ଉଦୟଗିରି, ଲଳିତଗିରିକୁ ମଧ୍ୟ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ତାଲିକାରେ ସାମିଲ କରାଯାଇ ପାରିଥାନ୍ତା। ହେଲେ ସେଭଳି କିଛି ହୋଇନାହିଁ। ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯିବା ସହ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଜୋରଦାର ଉଠିବ ବୋଲି ପିନାକୀ କହିଛନ୍ତି।

ସମ୍ବନ୍ଧିତ ଖବର