ହୀରାକୁଦ ଜଳସ୍ତର ୬୦୦.୨୩ ଫୁଟ୍‌

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୨୩ ଫୁଟରେ ପହଞ୍ଚିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପୂର୍ବାହ୍ନ ୧୧ଟାରେ ଜଳସ୍ତର ୬୦୦ ଫୁଟ ଛୁଇଁଥିଲା। ଗତବର୍ଷ ଜୁଲାଇ ୧୬ ତାରିଖ ଏହି ସ୍ଥିତିରେ ପହଞ୍ଚିଥିଲା। ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨୬୫୮୮ ଘନଫୁଟ ପାଣି ପ୍ରବେଶ କରିଥିବା ବେଳେ ୯୦୮୩ ଘନଫୁଟ ପାଣି ନିଷ୍କାସିତ ହୋଇଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୨.୯୭ ଏମଏମ ଏବଂ ତଳମୁଣ୍ଡରେ ୪.୦୪ଏମଏମ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର