ଧାରଣାରେ ବସିଲେ ଓମାର ଅବଦୁଲ୍ଲା

ହାଇଦରପୁରା ଏନକାଉଣ୍ଟକୁ ବିରୋଧ

ଶ୍ରୀନଗର: ହାଇଦରପୁରା ଏନକାଉଣ୍ଟର ଘଟଣା କାଶ୍ମୀରରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। କାଶ୍ମୀରରେ ବିଜେପିକୁ ବାଦ୍‌ ଦେଇ ସମସ୍ତ ରାଜନୈତିକ ଦଳ ହାଇଦରପୁରା ଏନକାଉଣ୍ଟର ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନ୍‌କାଉଣ୍ଟରରେ ନିହତ ହୋଇଥିବା ୨ ବ୍ୟବସାୟୀଙ୍କ ମର ଶରୀର ପରିବାରକୁ ହସ୍ତାନ୍ତର ଦାବି କରି ଆଜି ଧାରଣାରେ ବସିଛନ୍ତି। ଓମାର ଅବଦୁ୍ଲ୍ଲା ଆଜି କିଛି ଦଳୀୟ ନେତାମାନଙ୍କ ସହ ଶ୍ରୀନଗରର ସୋନୱର ସ୍ଥିତ ଗୁଲ୍‌ ଚକ୍ରିରେ ଧାରଣାରେ ବସିଛନ୍ତି।

ଓମାର କହିଛନ୍ତି, ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ୨ ବ୍ୟବସାୟୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ଦିଆଯାଉ। ମୃତକ ମାନଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ସେମାନଙ୍କର ଆତଙ୍କବାଦୀଙ୍କ ସହ କୌଣସି ସମ୍ପୃକ୍ତି ନଥିଲା।

ସମ୍ବନ୍ଧିତ ଖବର