ଘରେ ଥିବା ଛୋଟ ପିଲା କରୋନା ଆକ୍ରାନ୍ତ ହେଲେ କ’ଣ କରିବେ? ‘ଆଇସୋଲେସନ’ ଓ ‘କ୍ବାରେଣ୍ଟାଇନ’ ମଧ୍ୟରେ ପାର୍ଥକ୍ୟ କ’ଣ ?

ନୂଆଦିଲ୍ଲୀ: ବଢ଼ୁଛି କରୋନା ସଂକ୍ରମଣ। କରୋନାର ନୂଆ ଭରିଆଣ୍ଟ ଓମିକ୍ରନ ପାଇଁ ଏବେ ବିଶ୍ବରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୫ହଜାରକୁ ଖସିଥିବା ସଂକ୍ରମଣ ଏବେ ୨ଲକ୍ଷ ଟପିଲାଣି। ଏହି ସଙ୍କଟ ମଧ୍ୟରେ, ଲୋକଙ୍କ ମନରେ ବାରମ୍ବାର ପ୍ରଶ୍ନ ଆସୁଛି ଯେ ଯଦି ଘରର ଜଣେ ସଦସ୍ୟ କରୋନା ଆକ୍ରାନ୍ତ ହୁଅନ୍ତି କିମ୍ବା ଘରେ ଥିବା ଛୋଟ ପିଲା କରୋନା ଦ୍ବାରା ସଂକ୍ରମିତ ହୁଅନ୍ତି, ତେବେ ପିତାମାତାମାନେ କିପରି ସେମାନଙ୍କର ଯତ୍ନ ନେଇ ପାରିବେ। ଏହା ସହ ‘ଆଇସୋଲେସନ’ ଓ ‘କ୍ବାରେଣ୍ଟାଇନ’ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ସେ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନକୁ ଆସୁଛି। ଆସନ୍ତୁ ଜାଣିବା ସେ ବିଷୟରେ….

ଘରେ ଥିବା ପିଲା କରୋନା ଆକ୍ରାନ୍ତ ହେଲେ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ବିଶେଷକରି ଯଦି ଆପଣଙ୍କ ପିଲା ଛୋଟ ଥାଏ। କାରଣ ସେ ନିଜେ ନିଜର ଯତ୍ନ ନେଇ ପାରେ ନାହିଁ। ଏଭଳି ପରିସ୍ଥିତିରେ କେବଳ ପିତାମାତାଙ୍କ ମଧ୍ୟରୁ ଜଣେ ଶିଶୁର ଯତ୍ନ ନେବା ଆବଶ୍ୟକ। ପିଲାଟିର ଯତ୍ନ ନେଉଥିବା ମା’ ବା ବାପା କରୋନା ଟିକା ନେଇଥିବା ସହ ସୁସ୍ଥ ଥିବା ଜରୁରୀ। ପ୍ରଥମେ ସଂକ୍ରମିତ ଶିଶୁର ସମସ୍ତ ଜିନିଷ ପରିବାରର ଅନ୍ୟ ଲୋକଙ୍କଠାରୁ ଅଲଗା ରଖନ୍ତୁ। ସଂକ୍ରମିତ ଶିଶୁର ଶୋଇବା ଏବଂ ଗଧୋଇବା ଘର ଅଲଗା ହେବା ଉଚିତ। କରୋନା ସଂକ୍ରମିତ ଶିଶୁର ଯତ୍ନ ନେଉଥିଲେ ଆପଣଙ୍କୁ ୨୪ଘଣ୍ଟା ମାସ୍କ ପିନ୍ଧିବା ଜରୁରୀ। ଏହା ଦ୍ବାରା ଆପଣ ସଂକ୍ରମଣରୁ ରକ୍ଷା ପାଇପାରିବେ। ଏହା ସହ ସମୟ ସମୟରେ ଭଲ ଭାବରେ ହାତ ସଫା କରନ୍ତୁ।

‘ଆଇସୋଲେସନ’ ଓ ‘କ୍ବାରେଣ୍ଟାଇନ’ ମଧ୍ୟରେ ପାର୍ଥକ୍ୟ କ’ଣ ?

‘ଆଇସୋଲେସନ’ ଓ ‘କ୍ବାରେଣ୍ଟାଇନ’ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି। ଯେତେବେଳେ ଆପଣ ପରୀକ୍ଷା କରିବା ପରେ କରୋନା ପଜିଟିଭ୍ ଅଛନ୍ତି ବୋଲି ଜଣାପଡ଼େ, ସେତେବେଳେ ଆପଣଙ୍କୁ ଆଇସୋଲେସନରେ ରହିବାକୁ ପଡ଼େ। ଏହା ସହ ଯେତେବେଳେ ଆପଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି, ସେତେବେଳେ ଆପଣଙ୍କୁ ‘କ୍ବାରେଣ୍ଟାଇନ’ରେ ରହିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର